ବୀରମହାରାଜପୁର, (ବିନୋଦ ପାଣ୍ଡେ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ବରାହପଦର ମଠରେ ବ୍ୟଞ୍ଜନ ଦ୍ଵାଦଶୀ ଉତ୍ସବ ପାଳିତ ହୋଇଯାଇଛି। ମଠାଧୀଶ ନିତ୍ୟଗୋପାଳ ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ମଠର ସାଧୁସନ୍ଥ ତଥା ଆଖପାଖ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ରାଧାକୃଷ୍ଣ ଙ୍କ ପୂଜାର୍ଚ୍ଚନା ସହ ତାଙ୍କଠାରେ ୨୦୮ ପ୍ରକାରର ବିବିଧ ବ୍ୟଞ୍ଜନାଦି ଅର୍ପଣ କରା ଯାଇଥିଲା। ଶ୍ରଦ୍ଧାଳୁ ଭକ୍ତଜନଙ୍କ ଭଜନ, ସଙ୍କୀର୍ତ୍ତନ ରେ ମଠ ପରିସର ଉଛୁଳି ଉଠିଥିଲା। ଏହି କାର୍ଯ୍ୟକ୍ରମ ରେ ରାମକୃଷ୍ଣ ପୁରୋହିତ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ଶୁଭାଷ ପାଣିଗ୍ରାହୀ,ବାଙ୍କା ଦାସ, ଆଚାର୍ଯ୍ୟ ସୁଶାନ୍ତ ପୁରୋହିତ,ଶୁକାନ୍ତ ପୁରୋହିତ, ଶ୍ରବଣ ଅଗ୍ରୱାଲ , ଆଶିଷ ସାହୁ ଅଖୁଜ ପ୍ରଧାନ, ବିନୋଦ ମହାକୁର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ଚନ୍ଦଲୀ, ସୁବଳୟା, ବାଗବର,ଟିଠିପାଲି, ଦେଉଳଝରି ଓ ଭଙ୍ଗାମୁଣ୍ଡା ପ୍ରଭୁତି ସ୍ଥାନମାନଙ୍କରେ ଥିବା ରାଧାକୃଷ୍ଣ ମଠରେ ବ୍ୟଞ୍ଜନ ଦ୍ଵାଦଶୀ ଉତ୍ସବ ପାଳିତ ହୋଇଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post