ଛତୁଆ ଗାଡି ଅଟକାଇଲେ ଅଙ୍ଗନୱାଡ଼ି କର୍ମୀ

0 1

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଛତୁଆ ବଣ୍ଟନକୁ ବିରୋଧ କରି ଛତୁଆ ବଣ୍ଟନ ଗାଡ଼ିକୁ ଅଟକାଇଲେ ଅଙ୍ଗନୱାଡ଼ି କର୍ମୀ। ଭାରତୀୟ ମଜଦୁର ସଂଘ ପରିଚାଳିତ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱ।ର୍କର୍ସ ଆସୋସିଏସନ୍ ତରଫରୁ ଆଜିକୁ ପ୍ରାୟ ୧୫ ଦିନ ହେଲା ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିଛି। ଏହା ସହିତ ଅଙ୍ଗନୱାଡ଼ି କର୍ମୀ ମାନେ ପ୍ରତ୍ୟେକ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଯାହା ଫଳରେ ଛତୁଆ ବଣ୍ଟନ କାର୍ଯ୍ୟ ମଧ୍ୟ ବନ୍ଦ ରହିଛି। ବିଭାଗ ତରଫରୁ ଶିଶୁଙ୍କୁ ଛତୁଆ ବଣ୍ଟନ କରିବା ପାଇଁ ଛତୁଆ ପ୍ରସ୍ତୁତ କାରି ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ଦିଆଯାଇଥିଲା। ଜଟେସିଂହା ସ୍ଥିତ ଛତୁଆ ପ୍ରସ୍ତୁତକାରୀ ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ବଣ୍ଟନ ପାଇଁ କଲାବେଳେ ଅଙ୍ଗନୱାଡ଼ି କର୍ମୀ ମାନେ ଛତୁଆ ବଣ୍ଟନ ଗାଡ଼ିକୁ ଅଟକାଇ ବିରୋଧ କରିଥିଲେ। ଫଲରେ ଛତୁଆ ବଣ୍ଟନ ରେ ବାଧାସୃଷ୍ଟି ହୋଇଥିଲା। ସେହିଭଳି କର୍ଡାପାଲରେ ମଧ୍ୟ ଅଙ୍ଗନୱାଡ଼ି କର୍ମୀ ମାନେ ଛତୁଆ ବଣ୍ଟନ ପାଇଁ କଲାବେଳେ ଛତୁଆ ଗାଡ଼ିକୁ ଅଟକାଇ ବିରୋଧ କରିଥିଲେ।

Leave A Reply

Your email address will not be published.