ବାଗବର ୟୁପି ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ

0 2

ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ଏହାକୁ ଉଦଘାଟନ କରିଥିଲେ। ଉଭୟ ଜୁନିଅର ଓ ସିନିଅର ବର୍ଗର ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ଖେଳ ଶିକ୍ଷକ ଇନ୍ଦ୍ରଜିତ ଦାସ, ଶିକ୍ଷକ ସୁରେନ୍ଦ୍ର ଓତା,ପ୍ରଭୁଦତ୍ତ ବେଦୋକ୍ତ, ମିନାକ୍ଷୀ ପ୍ରଧାନ, ଗୈାରୀ କୁମାରା ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଉଦଯାପନୀ ଉତ୍ସବରେ ବାଗବର ସରପଞ୍ଚ ନିରୂପମା ବଗର୍ତ୍ତି ମୁଖ୍ୟ ଅତିଥି ଓ ସ୍କୁଲ ପରିଚାଳନା କମିଟିର ସଭାପତି ଅକ୍ଷୟ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବାଲିକା ବିଭାଗରେ ଲଭଲି ଭୋଇ ଓ ବାଳକ ବିଭାଗରେ ପ୍ରଦ୍ୟୁମ୍ନ ବାରିକ ଙ୍କୁ ଚାମ୍ପିଅନ ଭାବେ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାରେ ଅନ୍ୟ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.