ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲରେ ଆଜି ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ବଡ଼ବିଲ ଥାନା ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡର ଏକ ଚା ଦୋକାନ ସମ୍ମୁଖରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବଡ଼ବିଲ ନ୍ୟୁ ମାର୍କେଟ ଅଞ୍ଚଳର ଏମଡି ଆକବର ତାଙ୍କ ଛୁଆକୁ ସ୍କୁଲରେ ଛାଡି ପୁରୁଣା ବସଷ୍ଟାଣ୍ଡରେ ଥିବା ଚା ଦୋକାନକୁ ଚା ପିଇବାକୁ ଯାଇଥିଲେ। ପୂର୍ବରୁ ଉକ୍ତ ଚା ଦୋକାନରେ କିଛି ଯୁବକ ଚା ପିଉଥିଲେ, ଯାହାଙ୍କ ସହିତ ଏମଡି. ଆକବରଙ୍କର ପୂର୍ବରୁ ପରିଚୟ ଥିଲା।
ଚା ପିଇବା ସମୟରେ ହଠାତ ଆଜାଦବସ୍ତି ଅଞ୍ଚଳର ଜଣେ ଯୁବକ ଏମଡି.ଆକବରଙ୍କୁ ଏକ ଛୁରାରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଛୁରାଟି ଆକବରଙ୍କର ବାମପଟ ପେଟରେ ବାଜିଥିବାବେଳେ, ଉପସ୍ଥିତ ଲୋକେ ତାକୁ ଗୁରୁତର ଅବସ୍ଥାରେ ବଡ଼ବିଲ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ଜଣାଯାଇଛି। ଛୁରାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post