ମତ୍ସ୍ୟ ବିଭାଗର ସଫଳତା: ଏକ ମାସରେ ପାଞ୍ଚ ଟ୍ରଲର ଜବତ ଓ ୩୯ ମତ୍ସ୍ୟଜୀବୀ ଅଟକ ।

0 2

ଅସ୍ତରଂଗ(ଦୁଃଶାସନ ନାୟକ) : ନଭେମ୍ବର ଏକ ଠାରୁ ଅଲିଭ ରିଡେଲ କଇଁଚ ଙ୍କ ମେଟିଙ୍ଗି ଓ ଅଣ୍ଡାଦାନ ପ୍ରକ୍ରିୟା ନେଇ,ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ ଓ ପୋଲିସ ର ମିଳିତ ପେଟ୍ରୋଲିଙ୍ଗରେ, ନଭେମ୍ବର ମାସ ଶେଷ ସୁଦ୍ଧା ପାଞ୍ଚ ଗୋଟି ଟ୍ରଲର ଜବତ ହୋଇଅଛି । ସେଥି ମଧ୍ୟରୁ ଆନ୍ଧ୍ର ର ପଂଜିକୃତ ନମ୍ବର ଗୋଟିଏ ଥିବା ବେଳେ ଆଉ ଚାରିଗୋଟି ହେଉଛି, ପାରାଦ୍ଵୀପ ,ବାଲେଶ୍ଵର ସମେତ ପୁରୀ ର ଦୁଇଗୋଟି ପଞ୍ଜିକୃତ ନମ୍ବର ରହି ଅଛି । ଆନ୍ଧ୍ରପ୍ରଦେଶ ର ପଂଜିକୃତ ଟ୍ରଲର ରରେ କିଛି ମାଛ ନ ଥିବା ବେଳେ, ପାରାଦ୍ଵୀପ ର 310କେଜି ମାଛ କୁ 4,310ଟଙ୍କା,ବାଲେଶ୍ଵର ର 200କେଜି ମାଛ କୁ ଏକ ହଜାର ଟଙ୍କା,ପୁରୀ ର ଦୁଇଗୋଟି ଟ୍ରଲର ରରୁ ଗୋଟିକରେ ତେଇସି କେଜି ମାଛ କୁ1,530ଟଙ୍କା ଓ ମଙ୍ଗବାର ଦିନ ସିଜ୍ ହୋଇଥିବା ମା ପାର୍ବତୀ ଟ୍ରଲର ରୁ ତିନିଶହ କେଜି ମାଛକୁ 3,500ଟଙ୍କାରେ ନିଲାମ ମତ୍ସ୍ ବିଭାଗ ଅଧିକାରୀ ବିଜୟ କୁମାର କର ,ଅସ୍ତରଙ୍ଗ ମତ୍ସ୍ୟ ଅଧିକାରୀ ନିପ୍ରବର୍ ରାଉତ ,ବନବିଭାଗ କର୍ମଚାରୀ ଙ୍କ ଉପସ୍ଥିତି ରେ ନିଲାମ ଦିଆ ଯାଇଥିଲା । ଅପରପକ୍ଷେ,ଏହିସବୁ ପାଞ୍ଚ ଗୋଟି ଟ୍ରଲର ରୁ ପ୍ରଥମ ଟ୍ରଲର ଆନ୍ଧ୍ର ଟ୍ରଲରରେ,ଆଠଜଣ ଥିବା ବେଳେ, ବାଲେଶ୍ୱରରେ ନ ଜଣ, ପାରାଦ୍ଵୀପରେ ସାତଜଣ,ପୁରୀରେ ଆଠ ଜଣ ଓ ମଙ୍ଗବାର ଜବତ ହୋଇଥିବା ସାତ ଜଣ ,ଏହିପରି 39ଜଣ ମତ୍ସଜୀବୀଙ୍କୁ ବନ ବିଭାଗ ଅଟକ ରଖି ମତ୍ସ୍ୟ ବିଭାଗ କୁ ହସ୍ତାନ୍ତର କରିଅଛି। ଜବତ ଟ୍ରଲର କୁ ତାଙ୍କର ପଂଜିକୃତ ନମ୍ବର ଅନୁଯାୟୀ ସଂପୃକ୍ତ ଜିଲ୍ଲାର ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ ଜରିଆରେ ମାଛ ଧାରା ଜେଟିରେ ରଖା ଯାଇଥିବା ବେଳେ,ଏହି ଟ୍ରଲର ମାନଙ୍କର ବିଚାର ମତ୍ସ୍ୟ ବିଭାଗ କୋର୍ଟ ରେ ବିଚାରଧିନ ରହିଥିବା ଜଣା ପଡ଼ିଛି । ଅଟକ ଥିବା ମତ୍ସ୍ୟହେଇବୀଙ୍କୁ ଲିଖିତ ଆକାର ଓ କାଗଜପତ୍ର ଜବତ କରାଯିବା ପରେ ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଛାଡ଼ିଦିଆ ଯାଇଥିବା ବେଳେ କୋର୍ଟ ବିଚାର ପରେ, ଜୋରିମାନା ଆଦାୟ ସହ ଟ୍ରଲରକୁ ଛାଡ଼ିଦିଆଜିବ ବୋଲି ମତ୍ସ୍ୟ ବିଭାଗ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.