ଆନ୍ତର୍ଜାତିକ ମହିଳା ହିଂସା ବିରୋଧ ଦିବସରେ “ସଖି” ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଦସ୍ତଖତ ଅଭିଯାନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟର “ସଖୀ” ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ ମହିଳା ଓ ବାଳିକା ହିଂସା ବିରୋଧ ପକ୍ଷ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ରେଲୱେ ଷ୍ଟେସନ ଠାରେ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚାଇଲଡ଼ ଲାଇନର ସଂଯୋଜକ ଶ୍ରୀ ନାଗେଶ୍ୱର ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ନଭେମ୍ବର ୨୫ ତାରିଖ ଠାରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ହିଂସା ମୁକ୍ତ ସମାଜ ଗଠନ ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ।
ସାମ୍ପ୍ରତିକ ସାମାଜିକ ସ୍ଥିତିରେ ମହିଳା ଓ ବାଳିକା ମାନେ ସାମ୍ନା କରୁଥିବା ବିଭିନ୍ନ ନିର୍ଯ୍ୟାତନାକୁ “ସଖୀ” ୱାନ ଷ୍ଟପ କେନ୍ଦ୍ରରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରି ୫ ପ୍ରକାର ସମ୍ବଦ୍ଧୀୟ ସେବା ଯୋଗାଇ ଦେବା କଥା କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ “ସଖୀ” ୱାନ ଷ୍ଟପ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.