ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି।
ଏହି ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼.ଶଙ୍କର ପ୍ରସାଦ ବକ୍ସି ଯୋଗଦେଇ ପାଠଚକ୍ରରେ ଛାତ୍ରୀ ମାନଙ୍କୁ ସମ୍ବିଧାନ କଣ ଓ ତାହାର ମୌଳିକ ଅଧିକାର ଓ ନିର୍ଦ୍ଧାରିତ ନିୟମ ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ସମ୍ବିଧାନର ଉଦ୍ଦେଶ୍ୟ, ସମ୍ବନ୍ଧ , କାର୍ଯ୍ୟକାରିତ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ।
ଏଥିରେ ଅଧ୍ୟକ୍ଷା ସମ୍ବିଧାନର ଭାରତୀୟ ସମ୍ବିଧାନରେ ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିବା ସହ କୁମାରୀ ଶୁଭଦର୍ଶନୀ ଦାସ ତୃତୀୟ ବର୍ଷ କଳାଛାତ୍ରୀ ସଂନ୍ଦର୍ଭ ଉପସ୍ଥାପନ କରିଥିଲେ।
ଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପାଠଚକ୍ରରେ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ସ୍ୱାଗତ କରିଥିବା ସହ ତୃତୀୟ ବର୍ଷର ଛାତ୍ରୀମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.