ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର।

0 2

ଉମରକୋଟ/ଜିତେନ୍ଦ୍ର ମହାନ୍ତି-ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତର ପୁର୍ଲା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା, ୩ ପୁରୁଷ ରହିଥିବା ବେଳେ ୨ ଜଣ ଶିଶୁ ମଧ୍ୟ ରହିଛନ୍ତି। ସୂଚନା ପ୍ରକାରେ, ହୀରା ସିଂ ଭତ୍ରାଙ୍କ ପାଳଗଦାରେ ଛତୁ ଫୁଟିଥିଲା। ହୀରା ସିଂଙ୍କ ପରିବାର ଲୋକେ ସେହି ଛତୁକୁ ଆଣି ଖାଇବା ପରେ ସମସ୍ତଙ୍କୁ ପ୍ରଥମେ ବାନ୍ତି ହେବାରୁ ଗ୍ରାମର କିଛି ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଞ୍ଚିବା ପରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ହିରାସିଂ ଭତ୍ରା (୫୫), ତୁଲାରାମ ଭତ୍ରା (୩୬), ତ୍ରିନାଥ (୪୦), କମଳା ଭତ୍ରା (୫୩), କଲମ ଭତ୍ରା (୩୩), ସହଦେବ ଭତ୍ରା (୮), ବିଜୟ ଭତ୍ରା (୫) ରହିଛନ୍ତି।

Leave A Reply

Your email address will not be published.