(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ)- ନବଜାତ ଶିଶୁ ପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ଜିଲା ଶିଶୁ ସୁରକ୍ଷା ହେଲ୍ପ ଲାଇନରେ ହେବା ପରେ ସିଡିପିଓଙ୍କର ଏକ ଟିମ ତଦନ୍ତ ଜାରି କରିଥିଲେ । ଘଟଣା ହେଉଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚସରଙ୍ଗବଲରାମପୁର ଗ୍ରାମର । ଗତ କିଛିଦିନ ହେବ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତିମା ପଣ୍ଡା ଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା l ତେବେ ପିଲାକୁ ସେ ବିକ୍ରି କରିନାହାନ୍ତି ବରଂ ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି । ଅଭାବ ଅନାଟନ ହେତୁ ତାଙ୍କ ପିଲାଙ୍କୁ ପାରାଦୀପର ଜଣେ ସଂପର୍କୀୟଙ୍କୁ ଆଜିକୁ 6ଦିନ ହେବ ଦେଇଦେଇଛନ୍ତି ବୋଲି କହିଛନ୍ତି। ଭଡାରେ ରହୁଥିବା ପ୍ରତିମା ପଣ୍ଡା ତାଙ୍କ ନବଜାତ ଶିଶୁ ପୁତ୍ରକୁ କେଉଁଠି ବିକ୍ରି କରିଥିବା ଅଭିଯୋଗ ପରେ ସ୍ଥାନୀୟ ସିଡିପିଓ ଙ୍କ ଟିମ ଆଜି ପ୍ରତିମା ରହୁଥିବା ଘରେ ଚଢ଼ାଉ କରିଥିଲେ। ତେବେ ପିଲାକୁ ସେ ବିକ୍ରି କରିନାହାନ୍ତି। ତେବେ ଶିଶୁଟି ଖୀରପାନ କରୁଥିବାରୁ ତୁରନ୍ତ ଶିଶୁଟିକୁ ଫେରାଇ ଆଣିବା ପାଇଁ ତଦନ୍ତକାରୀ ଟିମ ନିର୍ଦେଶ ଦେଇଛନ୍ତି । ଏ ସମ୍ପର୍କ ରେ ମହିଳା ଶିଶୁ ବିକାଶ ସମନ୍ୱୟ ବିଭାଗ ସୁପରଭାଇଜର ସାବିତ୍ରୀ ସାହୁ ଙ୍କୁ ପଚାରିବାରୁ ତଦନ୍ତ ସରିଲା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପ୍ରକାଶ କରିଥିଲେ । ତେବେ ଏହିପରି ଘଟଣା ପ୍ରଘଟ ହେଲାପରେ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି l ତେବେ ପ୍ରକୃତ ରେ ପିଲାଟିକୁ ବିକ୍ରି କରାଯାଇଛି ନାଁ ଆର୍ଥୀକ ଅନାଟନ ପାଇଁ ଶିଶୁ ପୁତ୍ର କୁ ଅନ୍ୟ ସମ୍ପର୍କୀୟ ହାତକୁ ଟେକି ଦେଇଛନ୍ତି ତାହା ଏବେ ବି ସନ୍ଦେହ ଘେରରେ ରହିଛି l ଜଣେ ମାଆ ତାର ନବଜାତ ଶିଶୁ କୁ ନିଜ ନିକଟରୁ ଦୁରେଇ ଦେଇ ମନ ମଧ୍ୟରେ ଥିବା କୋହକୁ ଆମ ଆଗରେ ପ୍ରକାଶ କରିଛି l ପ୍ରଶାସନ ଏହା ଉପରେ ଦୃଢ ତଦନ୍ତ କରି ଜଣେ ମାଆକୁ ଉଚିତ ନ୍ୟୟ ପ୍ରଦାନ କରିବା ପାଇଁ ସାଧାରଣରେ ଦୃଢ଼ ଦାବି ହୋଇଛି l
Sign in
Sign in
Recover your password.
A password will be e-mailed to you.
Next Post