ଫେସବୁକରୁ ପ୍ରେମ ପରେ ଯୁବତୀଙ୍କୁ ବ୍ଲାକମେଲ, ରାୟଗଡାରୁ ଅଭିଯୁକ୍ତ ଯୁବକକୁ ଗିରଫ କଲା ପୁଲିସ

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ପ୍ରଥମେ ଜଣେ ଯୁବତୀଙ୍କୁ ଫେସବୁକ୍ ରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ। ପରେ ପ୍ରେମ ନିବେଦନ ଆଉ ତାପରେ ବ୍ଲାକମେଲ। ଏଭଳି ସଙ୍ଗୀନ ଅପରାଧରେ ଜଣେ ଯୁବକକୁ ଗିରଫ କରି ବାରିପଦା ଟାଉନ୍ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ରାୟଗଡ଼ା ଜିଲ୍ଲାର ଟିକିରିର ଦୀପକ ନାୟକ।

ଦୀପକ ବିରୋଧରେ ପୁଲିସ ୫୦୦/୫୦୬/ ୫୦୯/୩୮୪ ଆଇ ପିସି ୬୭ ଆଇ ଟି ଆକ୍ଟ ଅନୁଯାୟୀ କେସ ନମ୍ବର ୯୯୯ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ବାରିପଦା ଟାଉନ୍ ଥାନା ଆଇ ଆଇ ସି ବିରେନ୍ଦ୍ର ସେନାପତିଙ୍କ ଠାରୁ ମିଳିଥିବା ଅନୁସାରେ ଦୀପକ ଜଣେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା ବେଳେ ଫେସବୁକ୍ ଜରିଆରେ ଜଣେ ସ୍ଥାନୀୟ ଯୁବତୀଙ୍କୁ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଇଥିଲେ। ଯୁବତୀ ଜଣକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ କରିବା ପରେ ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କ ବଢିଥିଲା।

ମୋବାଇଲରେ ଦୁହେଁ ପରସ୍ପରଙ୍କ ସହିତ କଥବାର୍ତ୍ତା ଚାଟିଂ ପରେ ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିଲା। ଯୁବକ ଜଣକ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲା। ଏହାପରେ ଆରମ୍ଭ ହୋଇଥିଲା ଯୁବକର ବ୍ଲାକ ମେଲ। ସେ ଯୁବତୀଙ୍କୁ କହିଥିଲା ୫ ଲକ୍ଷ ଟଙ୍କା ନ ଦେଲେ ଭିଡିଓ ଓ ଫଟୋ ଭାଇରାଲ କରିଦେବି। ଯୁବକର ବ୍ଲାକମେଲର ଅତିଷ୍ଠ ହୋଇ ଯୁବତୀ ଜଣକ ଟାଉନ୍ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଟାଉନ୍ ଥାନାରେ ଲିଖିତ ଅଭିଯୋଗ ପରେ ଟାଉନ୍ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାୟଗଡ଼ାକୁ ଏକ ପୁଲିସ ଟିମ୍ ପଠାଇ ସେଠାରୁ ଦୀପକକୁ ଗିରଫ କରି ବାରିପଦା ଆଣିବା ପରେ ଏଠାରେ କୋର୍ଟ ଚାଲାଣ କରିଥିଲେ।
ତେବେ କୋର୍ଟରେ ତାର ଜାମିନ ନାମଞ୍ଜୁର ହେବାରୁ ଯୁବକ ଜଣକୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ଗିରଫ କରିବାକୁ ଯାଇଥିବା ପୁଲିସ ଅଧିକାରୀଙ୍କ ମଧ୍ୟରେ ଏସଆଇ ଅଜିତ ସାହୁ , ଏସଆଇ ସୁକାନ୍ତ ମହାନ୍ତ ଏବଂ ସିଭିଲ ସ୍ୱାର୍ଡର ଟିମ୍ ସାମିଲ ଥିଲେ।

Leave A Reply

Your email address will not be published.