୪୧ ତମ ଭାରତ ଅର୍ନ୍ତଜାତୀୟ ବାଣିଜ୍ୟ ମେଳା-୨୦୨୨: ବିଜୟ ଉଲ୍ଲାସରେ ଉଲ୍ଲସିତ ଓଡ଼ିଶା ପାଭିଲିୟନ୍‌

0

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ୱାରା ୪୧ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନକୁ ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଶେଷ ପ୍ରଶଂସା ପ୍ରମାଣ ପତ୍ର ଟ୍ରଫିରେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନର ୭ ନମ୍ବର ହଲରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ତରଫରୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ସ୍ୱତନ୍ତ୍ର ପ୍ରଦର୍ଶନୀ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ନିଆଲ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ସିଂହ ଖରୋଲାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ
କରିଛନ୍ତି । ପୁରସ୍କାର ପାଇବା ପାଇଁ ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଛି ବୋଲି ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ତରଫରୁ ଗତକାଲି ସୂଚନା ମିଳିବା ପରେ ଓଡ଼ିଶା ପାଭିଲିୟନର ପ୍ରତ୍ୟେକ ଷ୍ଟଲର ପରିଚାଳକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ସେହିପରି, ଅନ୍ୟ ରାଜ୍ୟ ପାଭିଲିୟନ୍‌ଗୁଡିକ ମଧ୍ୟ ଓଡ଼ିଶା ପାଭିଲିୟନକୁ ଆସି ସେମାନଙ୍କର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

ଟେରାକୋଟା କଳାକୃତି ଶୈଳୀରେ ନିର୍ମିିତ ଏବଂ ଲାଲ ଇଟାର ଭ୍ରମ ସୃଷ୍ଟି କରୁଥିବା ଓଡ଼ିଶା ପାଭିଲିୟନ ପ୍ରଥମ ଦିନରୁ ହିଁ ଦର୍ଶକମାନଙ୍କ ଅହେତୁକ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ଚଳିତ ବର୍ଷର ବିଷୟବସ୍ତୁ ‘ଭୋକାଲ୍‌ ଫର୍‌ ଲୋକାଲ, ଲୋକାଲ ଟୁ ଗ୍ଲୋବାଲ’ ଆଧାରରେ ଓଡ଼ିଶା ପାଭିଲିୟନ ଷ୍ଟଲରେ ମିଶନ୍‌ ଶକ୍ତି ମହିଳା ମଣ୍ଡଳ ଏବଂ ଓର୍‌ମାସ୍‌ର ପଞ୍ଜୀକୃତ ଗ୍ରାମ୍ୟଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ର, ଡୋକ୍ରା ସାମଗ୍ରୀ, ଲାଖ, କାଇଁଚ ଓ ସବାଇ ଘାସ, ଏବଂ ଅବ୍ୟବହୃତ କାଗଜରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ସମେତ କୋରାପୁଟ କଫି, କନ୍ଧମାଳର ଅଦା ଓ ହଳଦୀ, ଓଡ଼ିଶା ମିଲେଟ ମିଶନ ତରଫରୁ ମିଲେଟ ଜାତୀୟ ଶସ୍ୟରୁ ନିର୍ମିତ ବିସ୍କୁଟ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ, ବୟନିକା ବସ୍ତ୍ର, ଉତ୍କଳିକାର ରୂପା ତାରକସୀ ଏବଂ କୁଟୀର ଶିଳ୍ପ ସାମଗ୍ରୀ ପାଇଁ ଅସମ୍ଭବ ଭିଡ ଲାଗି ରହିଥିଲା । ଏଥି ସହିତ, ଆଗାମୀ ଦିନରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଓ ବିଶ୍ୱକପ ହକି ସମ୍ପର୍କରେ ମଧ୍ୟ ବ୍ୟାପକ ପ୍ରଚାର ପ୍ରସାର ପାଇଁ ସୁବନ୍ଦୋବସ୍ତ ହୋଇଥିଲା । ଦର୍ଶକମାନଙ୍କ ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ଓଡ଼ିଶା ମିଲେଟ ମିଶନର ମାସ୍କଟ ‘ମିଲି’ ।

ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଗତ ୧୪ ତାରିଖ ଦିନ ଏହାକୁ ଉଦ୍‌ଘାଟନ କରିଥିବାବେଳେ ବିଭିନ୍ନ ଦିବସରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ, ମାନନୀୟା ଭଦ୍ରକ ଲୋକସଭା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଓଡ଼ିଶା ପର୍ଯ୍ୟଟନ ନିଗମର ମାନନୀୟ ଅଧ୍ୟକ୍ଷ ଡଃ. ଲେନିନ ମହାନ୍ତି, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟìର ମାନନୀୟା ସମ୍ପାଦିକା କସ୍ତୁରୀ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ଭାରତ ସରକାରଙ୍କ ବେସାମରିକ ବିମାନ ଉଡାଣ ସୁରକ୍ଷା ବ୍ୟìରୋର ମହା-ନିର୍ଦ୍ଦେଶିକା ଶ୍ରୀମତୀ ଉଷା ପାଢୀ, ରାଷ୍ଟ୍ରୀୟ ନିଯୁକ୍ତି ପ୍ରଦାନ ସଂସ୍ଥାର ସଚିବ ତଥା ମୁଖ୍ୟ ନିର୍ବାହୀ ଶ୍ରୀ ସଂଜୀବ ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ରଙ୍ଗଲାଲ ଜାମୁଡା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କ ସମେତ ଅନ୍ୟାନ୍ୟ ରାଜ୍ୟର ବରିଷ୍ଠ ପଦାଧିକାରୀ ପ୍ରମୁଖ ଓଡ଼ିଶା ମଣ୍ଡପ ପରିଦର୍ଶନ କରି, ଏହାର ସାଜସଜ୍ଜା, ପରିଷ୍କାର-ପରିଚ୍ଛନ୍ନତା, ଗ୍ରାହକ ଓ ତଥ୍ୟ ସଂଗ୍ରହକାରୀଙ୍କ ପ୍ରତି ଉତ୍କୃଷ୍ଟ ଆତିଥେୟତା ପାଇଁ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିବା ସହିତ ଓଡ଼ିଶା ପାଭିଲିୟନ୍‌ ପୁରସ୍କାର ପାଇବା ପାଇଁ ପ୍ରମୁଖ ଦାବିଦାର ବୋଲି ମତବ୍ୟକ୍ତ କରିଥିଲେ ।

ସେହିପରି, ଗତ ୨୪ ତାରିଖ ଦିନ ପ୍ରଗତି ମୈଦାନର ଆମ୍ଫି ଥିଏଟରରେ ଆୟୋଜିତ ଓଡ଼ିଶା ରାଜ୍ୟ ଦିବସକୁ ମାନନୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଘଡେଇ ଉଦ୍‌ଘାଟନ କରିବା ସହିତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟìର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିଥିଲେ । ଉକ୍ତଦିନ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ସୁପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନମାନଙ୍କ ଦ୍ୱାରା ପରିବେଷିତ ଓଡିଶୀ, ସମ୍ବଲପୁରୀ, ବଜାଶାଲ ଓ ଆଧୁନିକ ଫ୍ୟìଜନ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁU କରିଦେଇଥିଲା । ବିଗତ ୧୪ ଦିନ ମଧ୍ୟରେ ଓଡ଼ିଶା ମଣ୍ଡପକୁ ଲକ୍ଷାଧିକ ଜନ ସମାଗମ ହୋଇଥିବାବେଳେ ଆନୁମାନିକ ୪୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିଲା ।

ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଭୁ ନାୟାର, ସାଧାରଣ ପରିଚାଳକ ଶ୍ରୀଯୁକ୍ତ ବିମଳ କୁମାର ଦୁବେ, ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆୟୋଜନ ଦାୟିତ୍ୱରେ ଥିବା ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ସ୍ୱତନ୍ତ୍ର ଅଧିକାରୀ କର୍ଣ୍ଣେଲ ପୁଷ୍ପମ କୁମାରଙ୍କ ସମେତ ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଆବାସିକ ଉପାୟୁକ୍ତ ଶ୍ରୀ ସୁଧାଂଶୁ ଶେଖର ମହାନ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ପ୍ରଦର୍ଶନୀ ଅଧିକାରୀ ଶ୍ରୀ ଦୀପକ କୁମାର ସାହୁ ଏବଂ ବାଣିଜ୍ୟ ମେଳା ପାଇଁ ନିୟୋଜିତ ସୂଚନା ଓ ଲୋକସମ୍ପର୍କ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଓଡ଼ିଶାକୁ ପ୍ରାପ୍ତ ଆନୁମାନିକ ୪୬୦ ବର୍ଗ ମିଟର ସ୍ଥାନରେ ନିର୍ମିତ ଓଡ଼ିଶା ମଣ୍ଡପର ଡିଜାଇନ ଭୁବନେଶ୍ୱରର ଭର୍ଚ୍ୟì କମ୍ୟìନିକେଶନ୍‌ କରିଥିବାବେଳେ କଟକର ଭାରତୀ ଚିତ୍ରାଳୟ ଏହାର ନିର୍ମାଣ କରିଥିଲେ ।

 

Leave A Reply

Your email address will not be published.