(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ): ଧର୍ମ ଜାଗରଣ ସମନ୍ୱୟ କିଶୋରନଗର ଓ ଉତ୍କଳ ବିକାଶ ପରିଷଦ କଟକ ସଦର ମିଳିତ ଆନୁକୂଲ୍ୟରେ ନିଶ୍ଚିନ୍ତକୋଇଲି ବ୍ଲକ ସିରଲୋ ବରହମପୁର ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ 30ତମ ଶ୍ରୀମଦ ଭାଗବତ କଥା ମହୋତ୍ସବ ଓ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସାଧୁ ସନ୍ଥ ଓ ଅତିଥି ମାନଙ୍କ ଆଗମନ ପରେ ପ୍ରଥମେ ମହାନଦୀ ଆଳତୀ ଏବଂ ନଦୀ ପଠାରେ ଚାରା ରୋପଣ କରାଯାଇଥିଲା l ଧର୍ମ ଜାଗରଣ ପ୍ରାନ୍ତ ସଂସ୍କୃତି ପ୍ରମୁଖ ଡ଼ଃ. ସ୍ମୃତିସାଗର ସରସ୍ବତୀ ଙ୍କ ସଭାପତିତ୍ୱ ରେ ମୁଖ୍ୟବକ୍ତା ଭାବେ ସାଧୁ ଅମୃତାନନ୍ଦ, ପୂଜ୍ୟ ଦିବାକର ଦାସ, ତତ୍ତ୍ୱନନ୍ଦ ପରମହଂସ, ପଣ୍ଡିତ ପ୍ରମୋଦ ପଣ୍ଡା, ପଣ୍ଡିତ ଜଗନ୍ନାଥ ସାହୁ, ପ୍ରଵକ୍ତା ପଣ୍ଡିତ ଅରୁଣ କୁମାର ପଣ୍ଡା, ନିତ୍ୟାନନ୍ଦ ଦାସ ମହାରାଜ, ମାନସ ପଣ୍ଡା, ତନ୍ମୟ ଦାସ, ବଳଦେଵ ମହାପାତ୍ର, ଶାସ୍ତ୍ରୀ ବହାଦୁର, ଶତ୍ରୁଘ୍ନ ପଣ୍ଡା, ଗନ୍ଧର୍ବ ଚନ୍ଦ୍ର ଆଚାର୍ଯ୍ୟ, ଅଭିନେତା ହରି ଭାଇ, ଅଭିନେତ୍ରୀ ତୃପ୍ତି ମିରମିକା, ସତ୍ୟବ୍ରତ ଭଞ୍ଜ, କଟକ ଜିଲ୍ଲା ଧର୍ମ ଜାଗରଣ ସମନ୍ୱୟ ସଂଯୋଜକ ଦେବେନ୍ଦ୍ର କୁମାର ନାୟକ ପ୍ରମୁଖ ସାଧୁ ସନ୍ଥ ଓ ଅତିଥି ଭାବେ ଯୋଗଦାନ କରି ଶ୍ରୀମଦ ଭାଗବତ କଥା ସମ୍ପର୍କ ରେ ଭକ୍ତ ମାନଙ୍କୁ ପ୍ରବଚନ ପ୍ରଦାନ କରିଥିଲେ l ମୁଖ୍ୟ ଆୟୋଜକ ଭାବେ ଏହି କାର୍ଯ୍ୟକ୍ରମ କୁ ଉତ୍କଳ ବିକାଶ ପରିଷଦ କଟକ ସଦର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠି ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଗ୍ରାମବାସୀ, ଭକ୍ତବୃନ୍ଦ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.