ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅଧିନସ୍ତ କୋଶୀଦା ଗ୍ରାମରେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛନ୍ତି ସେହି ଗ୍ରାମରେ ବାସ କରୁଥିବା ସୁରେନ୍ଦ୍ର ରାଉତ ନାମଙ୍କ ଜଣେ ବ୍ୟକ୍ତି l ଘଟଣା ସୂତ୍ରରୁ ଜଣାପଡିଛି ସୁରେନ୍ଦ୍ର ରାଉତଙ୍କ ଘର କୋଶୀଦା ଗ୍ରାମରେ l ତାଙ୍କର ଗୋଟିଏ ପୁଅ ଯାହାର ନମଃ ସାଗର ରାଉତ ଏବଂ ଗୋଟିଏ ଝିଅ ସୁମିତ୍ରା ରାଉତ ଆଉ ସ୍ତ୍ରୀ ରୋଜି ରାଉତକୁ ନେଇ ତାଙ୍କ ସୁଖୀ ପରିବାର l ବୃତ୍ତିରେ ସେ ଜଣେ ମୁଲିଆ ହୋଇଥିବାରୁ ପରଘରେ ମୁଲ ଲାଗି ପେଟ ପୋଷିବା ତାଙ୍କର କାମ ଆଜି ୦୩.୧୧.୨୦୨୨ ଗୁରୁବାର ସକାଳୁ ନିଜର ନିତ୍ୟ କର୍ମ ସାରି ସେହି ଗ୍ରାମର ଶ୍ରୀକାନ୍ତ ମହାପାତ୍ରଙ୍କ ଘରକୁ ମୁଲ ଲାଗିବାକୁ ଯାଇ ଆଉ ଫେରି ନଥିଲେ | ସୁରେନ୍ଦ୍ର ରାଉତ ନିଜ ଘରକୁ ମୁଲ ଲାଗିବା ସମୟରେ ଶ୍ରୀକାନ୍ତ ମହାପାତ୍ରଙ୍କ ଘରେ ବିଦ୍ୟୁତ ଆଘାତ ଲାଗିଥିଲା l ସେହି ଗ୍ରାମର ସରପଞ୍ଚ ଓ ଘର ମାଲିକ ତାଙ୍କୁ ମଣ୍ଡା ସାହି ମେଡିକାଲକୁ ନେଇଥିଲେ | ସେଠି ସୁରେନ୍ଦ୍ର ରାଉତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ସହ ଗ୍ରାମବାସୀ ଶୋକାକୁଳ ଅବସ୍ଥାରେ ଅଛନ୍ତି l ରାଗିଯାଇ ଶ୍ରୀକାନ୍ତ ମହାପାତ୍ରଙ୍କ ଘର ଆଗରେ ଧାରଣା ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post