ଭଞ୍ଜନଗର : ଗତ ରବିବାର ଦିନ ଭଞ୍ଜନଗର ବ୍ଳକ ଅଧିନ ବାଲିଆପଟା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ବନ ସୁରକ୍ଷା ସମିତି ସଭାପତି ଓ ଅନ୍ୟ ୧୧ ସଭ୍ୟ ସଭ୍ୟାଙ୍କ ଘର ଜଳି ପୋଡି ନଷ୍ଠ ହୋଇଯାଇଥିଲା। ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ସମେତ ତହସିଲଦାର ଏବଂ ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ତ୍ବରିତ ସହାୟତା ପ୍ରଦାନ କରିଥିବା ବେଳେ ବନ ସୁରକ୍ଷା ସମିତିର ଅନୁରୋଧ କ୍ରମେ ଘର ପୁନଃ ନିର୍ମାଣ ସମୟରେ ସହାୟତାର ହାତ ବଢାଇବା ପାଇଁ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଉକ୍ତ ଗ୍ରାମରେ ପହଞ୍ଚି ଅଗ୍ନି ବିପନ୍ନ ପରିବାର ସହ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ବିଭାଗ ପକ୍ଷରୁ ଯଥା ସମ୍ଭବ ଗ୍ରାମବାସୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏଥିସହ ଘର ନିର୍ମାଣ କରିବା ସମୟରେ ଆବଶ୍ୟକ କାଠ ଓ ବାଉଁଶ ବନ ସୁରକ୍ଷା ସମିତି ବୈଠକରେ ରେଜୁଲେସନ କରି ଆଣିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏସିଏଫ ବିକ୍ରମ ଦେବ ପଟ୍ଟନାୟକ,ଗାଲେରୀ ରେଞ୍ଜର ଶିବରାମ ନାୟକ ଓ ସ୍ଥାନୀୟ ବନପାଳ ସୁଭସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post