ଭଞ୍ଜନଗର, ୦୩/୧୧. ଭଞ୍ଜନଗର ସହରର ବସଷ୍ଟାଣ୍ଡ ଠାରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଯିବା ରାସ୍ତାରେ ଏଲଆଇସି ଅଫିସ ଛକ ଠାରେ ଗୁରୁବାର ଅପରାହ୍ନ ସମୟରେ ଏକ ବିରାଟ କାକପୋଇ ଗଛ ପଡ଼ି ଗୋଟିଏ ବାଇକ ଭାଙ୍ଗି ଚୁରମାର ହେବା ସହ ମୁଖ୍ୟରାସ୍ତା ଅବରୋଧ ହୋଇଥିଲା।ସୂଚନା ମୁତାବକ ଉକ୍ତ ଗଛଟି ଦୀର୍ଘ ଦିନ ହେଲା ସେଠାରେ ଶୁଷ୍କ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ପଡ଼ି ନଥିଲା।ଆଜି ସେହି ଛକରେ ମୋବାଇଲ ଦୋକାନ କରିଥିବା ଭଞ୍ଜନଗର ବ୍ଲକ ଗୁରା ବାଡ଼ି ଗ୍ରାମର ରାଜେଶ କୁମାର ଗୌଡ଼ ନିଜ ବାଇକ ଟିକୁ ରାସ୍ତା କଡରେ ରଖି ନିଜ ଦୋକାନକୁ ଯାଇଥିଲେ।ଏହି ସମୟରେ ହାଠାତ୍ ଗଛଟି ମୂଳରୁ ଉପୁଡ଼ି ପଡିବା ଯୋଗୁଁ ବିଦ୍ୟୁତ ତାର ଛିଣ୍ଡିବା ସହ ରାଜେଶର ବାଇକ ଗଛତଳେ ଚାପି ହୋଇ ରାସ୍ତା ଅବରୋଧ ହୋଇଥିଲା।ସୌଭାଗ୍ୟ ବଶତଃ ସେହି ସମୟରେ ଉକ୍ତ ଜନ ଗହଳିପୂର୍ଣ ରାସ୍ତାରେ କେହି ଯାତାୟାତ କରୁ ନ ଥିଲେ।ତେଣୁ ଏକ ବଡ଼ ବିପଦ ଟଳି ଯାଇଥିଲା।ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଆସି ଗଛଟିକୁ କାଟି ରାସ୍ତା ସଫା କରିଥିଲେ ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ବିଦ୍ୟୁତ ତାର ସଜାଡିଥିଲେ।
Sign in
Sign in
Recover your password.
A password will be e-mailed to you.