ପରିବା ଦୋକାନରେ ନିଆଁ ଲାଗି ଦୋକାନ ନଷ୍ଟ

0

ଚିଲିକା/ଖୋର୍ଦ୍ଧା :-(ସେକ୍ କୌଶର୍)ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍ ଏସି ବଜାର ସାହିରେ ଜଣେ ପରିବା ବେବସାୟୀ ଙ୍କ ଦୋକାନରେ ବିଦୁତ୍ ଖୁଣ୍ଟରୁ ସର୍ଟ ସର୍କିଟ ହୋଇ ଦୋକାନ ରେ ନିଆଁ ଲାଗି ସମ୍ପୂର୍ଣ ଭାବରେ ଦୋକାନ ଟି ନଷ୍ଟ ହୋଇଯାଇଛି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ବାଣପୁର ତଳ ସାହିର ଜଗନ୍ନାଥ ପ୍ରଧାନ ଜଣେ ପରିବା ବେବସାୟୀ ହୋଇଥିବା ବେଳେ ଆଜି ସନ୍ଧ୍ୟା ରେ ଦୋକାନ ବନ୍ଦ କରି ଘରକୁ ପଳେଇ ଆସିଥିଲେ। କୌଣସି କାରଣ ବଶତଃ ଦୋକାନ ପାଖରେ ଥିବା ଏକ ବିଦୁତ୍ ଖୁଣ୍ଟରୁ ସର୍ଟ ସର୍କିଟ ହୋଇ ଦୋକାନ ରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଏହାକୁ ଦେଖି ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କୁ ଖବର ଦେବା ସହ ବାଣପୁର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ବାଣପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।

Leave A Reply

Your email address will not be published.