ରାଉରକେଲା (ବସନ୍ତ କୁମାର ଜେନା): ଆଜି ସମଗ୍ର ରାଉରକେଲା, ପବିତ୍ର ଦୀପାବଳି ଉପଲକ୍ଷେ ଉଛବମୁଖର ହୋଇ ଘରେଘରେ ପିଠା,ମିଠା,ବାଣ ଓ ଆଲୋକରେ ଅତ୍ୟନ୍ତ ଆନନ୍ଦର ସହିତ ନିଜନିଜ ଘରେ ନିଜର ବନ୍ଧୁବାନ୍ଧବଙ୍କ ସହିତ ପାଳନ କରୁଥିବା ବେଳେ,ରାଉରକେଲା ବାସୀଙ୍କର ଅତି ପ୍ରିୟ ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ନିଜ ଘର ପରିବାର ଆନନ୍ଦରୁ ଦୂରେଇଯାଇ, ରାଉରକେଲାରେ ଥିବା, ଶାନ୍ତି ଭବନ,ଟିମ୍ବର କଲୋନୀ (ଯେଉଁ ଠାରେ୧୫୦ ରୁ ଉର୍ଦ୍ଧ ଶାରୀରିକ ଅକ୍ଷମ,ଅନ୍ତବାସୀ ବୁଢା ବୁଢୀ ଓ ଛୁଆମାନେ ରହୁଛନ୍ତି)ଓ ଶର୍ବଭୌତିକ ଶିଶୁ ସେବା ଆଶ୍ରମ,ମାଲଗୋଦାମ ଠାରେ ରହୁଥିବା ଚଛୁଆମାନଙ୍କ ସହିତ ଭାବର ଆନନ୍ଦରେ ଛୁଆମାନଙ୍କୁ ପବିତ୍ର ଦୀପାବଳିରେ ନିଜର ଖୁସିପ୍ରଦାନ କରି ଆଶୀର୍ବାଦ ଦେବାସହିତ ଛୁଆମାନଙ୍କ ପାଖରେ ରହି ଆଜିର ମହାନ ପର୍ବ ଦୀପାବଳି ପାଳନ କରିଛନ୍ତି । ସବୁଜାଗାରେ ଫଳ,ମିଠା,ଝରଝରି,କୁମ୍ପି ବାଣ ବଣ୍ଟନ ସହିତ ଦୀପ ପ୍ରଜ୍ଵଳନ କରାଯାଇ ଅତ୍ୟନ୍ତ ଆନନ୍ଦରେ ଛୁଆମାନେ ଦୀପାବଳି ପାଳନ କରିଥିଲେ । କୁନିକୁନି ଛୁଆଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଝୋଟି ପକାଯାଇଥିଲା । କାର୍ଜ୍ୟକ୍ରମରେ ଶାନ୍ତି ଭବନର ମୁଖ୍ୟ ମଦର ସାମୁଏଲ ଙ୍କ ସହିତ ବିଜେଡ଼ିର ନଗର ସଭାପତି ଗଗନ ପଣ୍ଡା,ଯୁବସଭାପତି ସୁଶାନ୍ତ ରାଉତ, ରାଜ୍ୟ ଛାତ୍ର ସମ୍ପାଦକ ଦୁସମନ୍ତ ରାଉତରାୟ, ସୁମନ୍ତ ଦାସ,ମହିଳା ସଭାନେତ୍ରୀ ଜ୍ୟୋଷ୍ଣା ନାୟକ,ଛବି ମହାନ୍ତି, ପପୁ ମହାନ୍ତି, ବିଶ୍ଵରଞ୍ଜନ ଦାସ, ସଶାଙ୍କ ପ୍ରଧାନ, ରାକେଶ ସାହୁ,କୁନୁ ଯାଦବ,ମଞ୍ଜୟ ଶର୍ମା,ଟୁକୁନା ନାହାକ,ଅମିତ ମଣ୍ଡଲ,କେଶବ ଜେନା,ଯୋଗେନ୍ଦର ସିଂହ,ରାଜେନ୍ଦ୍ର ଯାଦବ,ଦିଲ୍ଲୀପ ସାହୁ,ବଲରାମ ନାୟକ,ପ୍ରମୁଖ ଯୋଗ ଦେଇ ଛୁଆମାନଙ୍କୁ ଉତ୍ସାହିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post