ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ପରିସରରେ ଏନ୍ ଏସ୍ ଏସ୍ ସ୍ବେଚ୍ଛାସେବୀଙ୍କ ଦ୍ଵାରା ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ ବ୍ୟୁରୋର ନିର୍ଦ୍ଦେଶ ଅନୁଯାୟୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଏବଂ ସେବା ଯୋଜନା ଅଧିକାରୀ ଡ଼. ଭାରତୀ ପାଣିଗ୍ରାହୀଙ୍କ ମିଳିତ ତତ୍ତ୍ୱାବଧାନରେ ଛାତ୍ରୀ ମାନେ ମହାବିଦ୍ୟାଳୟ ପରିସରରୁ ସମସ୍ତ ଆବର୍ଜନା ତଥା ପ୍ଲାଷ୍ଟିକ ଜିନିଷକୁ ଗୋଟାଇ ବାହାରେ ନେଇ ମ୍ୟୁନିସିପାଲ୍ କୁଣ୍ଡରେ ରଖାଯାଇଥିଲା।
ଅଧ୍ୟକ୍ଷା ନିଜ ବକ୍ତବ୍ୟରେ କହିଥିଲେ ଯେ , ଯୁବ ସମାଜର ଉଦ୍ୟମ ଏବଂ ଅଧ୍ୟବସାୟ ଦ୍ୱାରା ହିଁ ପରିବେଶ ନିର୍ମଳ ହେବା ଦ୍ଵାରା ସମାଜ ତଥା ଦେଶର ହିତ ହୋଇଥାଏ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଏଲ .ଅଶୋକ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.