ହସ୍ତଶିଳ୍ପକୁ ପ୍ରୋତ୍ସାହନ କରିବା ନିମନ୍ତେ ପଟ୍ଟଶ୍ରୀର ଏକ୍ସ୍‌କ୍ଲ୍ୟୁସିଭ୍ ଷ୍ଟୁଡିଓ

0 2

ଭୁବନେଶ୍ୱର: ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କଳା ଓ ସଂସ୍କୃତି ନିମନ୍ତେ ଓଡିଶା ସ୍ୱୀକୃତି ପ୍ରାପ୍ତ । ଭାରତ ଏବଂ ଓଡିଶାର କଳା ଓ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ହସ୍ତ ଚିତ୍ରିତ ହ୍ୟାଣ୍ଡ୍‌ଲୁମ୍ ଏବଂ ଫ୍ୟାବ୍ରିକ୍‌ର ପ୍ରଡକ୍ଟର ସମ୍ଭାର ନେଇ ଉଦ୍‌ଘାଟିତ ହୋଇଯାଇଛି “ପଟ୍ଟଶ୍ରୀ”ର ନୂତନ ଏକ୍ସ୍‌କ୍ଲ୍ୟୁସିଭ୍ ଷ୍ଟୁଡିଓ । ଭୁବନେଶ୍ୱର ଗୌତମନଗରରେ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ଏହି ପଟ୍ଟଶ୍ରୀ ଏକ୍ସ୍‌କ୍ଲ୍ୟୁସିଭ୍ ଷ୍ଟୁଡିଓ ଭୁବନେଶ୍ୱରର ମେୟର ସୁଲୋଚନା ଦାସଙ୍କ ଦ୍ୱାରା ୫୫ ନମ୍ବର ୱାର୍ଡର କର୍ପୋରେଟର୍ ନୃପେଶ ନାୟକ, ଭୁବନେଶ୍ୱର କଳିଙ୍ଗ ରୋଟାରୀ କ୍ଲବ୍‌ର ବରିଷ୍ଠ ସଦସ୍ୟ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଥିଲା ।
ଉଦ୍ଘାଟନୀ ଅବସରରେ ପଟ୍ଟଶ୍ରୀର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ଆଶୁତୋଷ ନନ୍ଦ କହିଛନ୍ତି, ପଟ୍ଟଶ୍ରୀ କେବଳ ପାରମ୍ପରିକ ହ୍ୟାଣ୍ଡଲୁମ୍ ନୁହେଁ ବରଂ ଏହା ଏକ ଅତ୍ୟାଧୁନିକ ଫ୍ୟାସନ୍ ସେଗ୍‌ମେନ୍ଟ । ପଟ୍ଟଶ୍ରୀର ପ୍ରତ୍ୟେକ ପ୍ରଡକ୍ଟ ଅଭିନ୍ନ ଏବଂ ଫ୍ୟାବ୍ରିକ୍‌ରେ ଥିôବା ପ୍ରତ୍ୟେକ କଲେକ୍ସନ୍ ଆର୍ଟ ପଛରେ ରହିଛି ଗୋଟିଏ ଗୋଟିଏ କାହାଣୀ । ଏହା ଓଡିଶା ସମେତ ଭାରତର କଳା ଏବଂ ସଂସ୍କୃତିକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । ଭାରତର ସମସ୍ତ ହ୍ୟାଣ୍ଡଲୁମ୍ ପ୍ରଡକ୍ଟ ଏହି ଷ୍ଟୋର୍‌ରେ ପାଇପାରିବେ । ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରଡକ୍ଟକୁ କଷ୍ଟମାଇଜ୍ କରାଯାଏ ।
ପଟ୍ଟଶ୍ରୀର ସହ-ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଆଦର୍ଶ ରଥ କହିଛନ୍ତି, ପଟ୍ଟଶ୍ରୀ ହସ୍ତ ଚିତ୍ରିତ ଦ୍ରବ୍ୟ ବ୍ୟତୀତ ବୁଣାକାର ଏବଂ ବ୍ରାଣ୍ଡ୍ ସହଯୋଗରେ ବିଭିନ୍ନ ହ୍ୟାଣ୍ଡଲୁମ୍ ପ୍ରଡକ୍ଟ୍ ତିଆରି କରେ । ଆଗାମି ବର୍ଷରେ ଓଡିଶାରେ ୫ଟି ଷ୍ଟୋର୍ ସମେତ ଭାରତର କିଛି ସ୍ଥାନରେ ରପ୍ତାନି ଆରମ୍ଭ କରିବାର ଆମ ଲକ୍ଷ୍ୟ ରହିଛି । ଏହା ସହିତ କଳାକାର ଏବଂ ବୁଣାକାର ମାନଙ୍କ ନିମନ୍ତେ ନିଯୁକ୍ତି ଓ ରାଜସ୍ୱ ବୃଦ୍ଧି ଆମର ମୁଖ୍ୟ ଉଦ୍ଦେଶ୍ୟ ।

Leave A Reply

Your email address will not be published.