ଜିଲ୍ଲାସ୍ତରୀୟ ୬୩ ତମ ସହିଦ୍ ଦିବସ – ୨୦୨୨ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପଡିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୬୩ ତମ ପୋଲିସ ସହିଦ୍ ସ୍ମୃତି ଦିବସ ପ୍ୟାରେଡ଼ -୨୦୨୨ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥି ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକଙ୍କ ଧନ ଜୀବନର ସୁରକ୍ଷା ସହ ସମାଜରେ ଶାନ୍ତି ପ୍ରତିଷ୍ଠା ଦିଗରେ ପୋଲିସ ସବୁବେଳେ ଦକ୍ଷତାର ସହ କାର୍ଯ୍ୟ କରିଆସୁଛି ବୋଲି କହି ଏହି ଦିବସ ଆମର ବୀର ପୋଲିସ ଅଫିସର ଓ କର୍ମଚାରୀ ମାନଙ୍କ କର୍ତ୍ତବ୍ୟ ନିଷ୍ଠା , ତ୍ୟାଗ ଓ ବଳିଦାନ ବିଷୟରେ ଆମକୁ ସ୍ମରଣ କରାଇ ଦେଇଥାଏ ।
ଉଗ୍ରବାଦ ନିୟନ୍ତ୍ରଣ ଓ ଶାନ୍ତି ପ୍ରତିଷ୍ଠା ସମୟରେ ନିଜ ଜୀବନକୁ ଉତ୍ସର୍ଗ କରି ବଳିଦାନ ଦେଇ ନିଜର ଦାୟିତ୍ଵ ନିର୍ବାହ କରି ଯାଇଥିବା ଅମର ସହିଦ ମାନଙ୍କ ପ୍ରତି ଏ ଜାତି ସବୁବେଳେ କୃତଜ୍ଞ ବୋଲି କହିଥିଲେ।
ପରେ ପରେ ଏହି ଅବସରରେ ୨୬୪ ଜଣ ଅମର ସହିଦ ମାନଙ୍କ ନାମ ପାଠ କରିବା ସହ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରିତ ବାର୍ତ୍ତା ମଧ୍ୟ ପାଠ କରିଥିଲେ।
ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀଙ୍କ ସମେତ ଓଏସଏପି କମାଣ୍ଡେଣ୍ଟ ଶ୍ରୀ ଜୁରିଆ ବେହେରା ଏବଂ ଅତିରିକ୍ତ ଏସପି ଶ୍ରୀ ବାମଦେବ ସିଂହ ପ୍ରମୁଖ ସହିଦ ଅମର ଯବାନ ସ୍ମୃତି ସ୍ତମ୍ଭ ଠାରେ ପୁଷ୍ପଗୁଚ୍ଛ ଓ ସେଲ୍ୟୁଟ ଦେଇ ଅମର ସହିଦ୍ ମାନଙ୍କ ପ୍ରତି ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ପୋଲିସ ରିଜର୍ଭ ଆରଆଇ ଶ୍ରୀ ଡମ୍ବରୁ ଧର ହନାଗାଙ୍କ ନେତୃତ୍ୱରେ ପୋଲିସ ପ୍ୟାରେଡ ଦଳ ପରିଚାଳନା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନାଧିକାରୀ ଶ୍ରୀ ବିବେକ ନନ୍ଦ ସ୍ବାଇଁଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ କର୍ମଚାରୀ , ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ , ସହିଦ୍ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କ ପତ୍ନୀ ଓ ପରିବାର ଏବଂ ନିମନ୍ତ୍ରିତ ଅତିଥି ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.