ବଡ଼ବିଲ (chitta Ranjan Kar) : ବଡ଼ବିଲରେ ପ୍ରଥମ ଥର ପାଇଁ ନିଲାମ ପ୍ରକ୍ରିୟାରେ ଭାଗନେବେ ଉଦୀୟମାନ କ୍ରିକେଟ ଖେଳାଳି। ଆଜି ସ୍ଥାନୀୟ ହୋଟେଲ ଭିକିରେ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ବିଲ ପ୍ରିମିୟର ଲିଗର ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ମୋଟ ୮ଟି ଟିମ ଭାଗନେବେ। ୧୫ ଓଭର ବିଶିଷ୍ଟ ଏହି କ୍ରିକେଟ ଟୁର୍ଣ୍ଣାମେଂଟ ଆଇ ପି ଏଲ ଶୈଳୀରେ ଖେଳାଳି ମାନେ ନିଲାମ ହେବେ ଏବଂ ପ୍ରବେଶିକା ଫର୍ମ ଆସନ୍ତା କାଲି ଠାରୁ ଉପଲବ୍ଧ ହେବ ବୋଲି ଆୟୋଜକ ବ୍ରଦରହୁଡ଼ କ୍ରିକେଟ କ୍ଲବର ସଭାପତି ସଞ୍ଜୟ ନାୟକ ଜଣାଇଥିଲେ