ବ୍ୟାସନଗର ପୌରପରିଷଦ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ

0

ଯାଜପୁର (ବୁରୋ ଚିଫ୍, ଜୟଶଙ୍କର ଦାଶ): ସ୍ୱାୟତ୍ତ ଶାସନ ଦିବସର ଅବ୍ୟବହିତ ପୂର୍ବରୁ ଗୁରୁବାର ପୂର୍ବାହ୍ନରେ ବ୍ୟାସନଗର ପୌରପରିଷଦ ପକ୍ଷରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଇଛି । ୩୧ ତାରିଖ ଅର୍ଥାତ ଶୁକ୍ରବାର ସ୍ୱାୟତ୍ତ ଶାସନ ଦିବସ ପାଳିତ ହେବାକୁ ଥିବାବେଳେ ଏହି ପରିପ୍ରେକ୍ଷୀରେ ବ୍ୟାସନଗର ପୌରପରିଷଦ ପକ୍ଷରୁ ବସଷ୍ଟାଣ୍ଡଠାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଯାତ୍ରୀ ବିଶ୍ରାମାଗାର, ସ୍ନାନାଗାର ଓ ଶୌଚାଳୟ ଏବଂ ୯ଟି ଦୋକାନ ଗୃହର ଶୁଭ ଉଦ୍ଘାଟନ ମାନ୍ୟବର କୋରେଇ ବିଧାୟକ ଆକାଶ ଦାସ ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ବ୍ୟାସନଗର ତହସିଲଦାର ସପନ କୁମାର ନନ୍ଦ, ପୌରାଧ୍ୟକ୍ଷା ସବିତା ରାଉତ, ଉପନଗରପାଳ ସୁବାସ ଚନ୍ଦ୍ର ବଳ ଏବଂ ନିର୍ବାହୀ ଅଧିକାରୀ ମୋହନ ଚରଣ ଜେନାଙ୍କ ଦ୍ୱାରା ସମ୍ପନ୍ନ ହୋଇଛି । ଅନ୍ୟପକ୍ଷରେ ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠକୁ ସବୁଜୀକରଣ ତଥା ପ୍ରଦୂଷଣ ମୁକ୍ତ କରିବା ପାଇଁ ବ୍ୟାସ ସରୋବର ପୀଠରେ ଶତାଧିକ ଚାରାଗଛ ରୋପଣ କରାଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ପୌରାଧ୍ୟକ୍ଷା ସବିତା ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠି୬ତା  ହୋଇଥିଲା । ଶ୍ରୀମତୀ ରାଉତ ବ୍ୟାସନଗର ସହରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବୃକ୍ଷରୋପଣ କରାଯିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପନଗରପାଳ ସୁବାସ ଚନ୍ଦ୍ର ବଳ, କାର୍ଯ୍ୟନିର୍ବାହୀ ଅଧିକାରୀ ମୋହନ ଚରଣ ଜେନା, ପାରିଷଦ ମନୋଜ କୁମାର ପରିଡ଼ା, ନିରଞ୍ଜନ ରାଉତ, କିରଣ କୁମାର ଜେନା, ଶ୍ରୀମତୀ ନିରୂପମା ଜେନା, ବ୍ୟାସନଗର ବିଜୁ ଜନତା ଦଳର ସଭାପତି ବ୍ରଜକିଶୋର ରାଉତ, ବରିଷ୍ଠ  ନେତା ମହେଶ ଚନ୍ଦ୍ର ଧଳ, ଶିଶିର ରାଉତ, ବଟକୃଷ୍ଣ ବଳ, ଶ୍ରୀମତୀ ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି, ପୌରଯନ୍ତ୍ରୀ ପ୍ରହଲ୍ଲାଦ ମହାପାତ୍ର, ସହାୟକ ଯନ୍ତ୍ରୀ ବିଜୟ କେତନ ମହାପାତ୍ର, ପରିମଳ ପରିଦର୍ଶକ ମାଣିକ ରଞ୍ଜନ ନାୟକ, ପରିମଳ ଏକ୍ସପର୍ଟ ଦେବାଶିଷ ବରାଳ, ସମସ୍ତ ପୌର କର୍ମଚାରୀ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.