ହିତାଧିକାରୀଙ୍କ ଜମାଖାତାରୁ ୧୫ଶହଟଙ୍କା ଉଠାଇ କିଓସ୍କ ବ୍ୟାଙ୍କ କର୍ମଚାରୀ ଗିରଫ।

0

ଉମରକୋଟ/ ଜିତେନ୍ଦ୍ର ମହାନ୍ତି-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ବୋକଦା ପଞ୍ଚାୟତ ର ଉମର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।ଜମା ଖାତାରୁ ଟଙ୍କା ଉଠାଇ ନେଇଯାଇଛନ୍ତି ନିଜେ କିଓସ୍କ ବ୍ୟାଙ୍କ କର୍ମଚାରୀ। ବିକ୍ରମ (୩୫) ଙ୍କ ମାଁ ମିତାଲି ଭତ୍ରା (୭୦) ବୃଦ୍ଧ ଅବସ୍ଥାରେ ଥିବାରୁ ଯିବା ଆସିବା କଷ୍ଟକର ହେଉଥିବା ରୁ ବୋକଦା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା କିଓସ୍କ ବ୍ୟାଙ୍କ ରେ ୮୯୨୮୨୧୪୮୧୫୬ ନଂ ରେ ଖାତା ଖୋଲିଥିଲେ ଗତ ମାସ ୦୧-୦୯-୨୨ରେ ତାଙ୍କ ଖାତାକୁ ଭତ୍ତା ବାବଦକୁ ୫୦୦ଟଙ୍କା ଆସିଥିଲା ଚଳିତ ମାସ ୦୧-୧୦-୨୨ ସାନପୁଅ ଅର୍ଜୁନ ଭତ୍ରା ଆନ୍ଧ୍ରରେ ଥାଇ ପଠାଇଥିଲେ ହଜାରେ ଟଙ୍କା।ସେ ଦାଦନ ଖଟିବାକୁ ଯାଇଛନ୍ତି। କିନ୍ତୁ କିଓସ୍କ ବ୍ୟାଙ୍କ ଠାରେ ଟଙ୍କା କଥା ପଚାରିବାରୁ ଟଙ୍କା ନଥିବା କହିଥିଲେ କିଓସ୍କ ବ୍ୟାଙ୍କ କର୍ମଚାରୀ।ପରେ ବଡ ପୁଅ ବିକ୍ରମ ୦୮-୧୦-୨୨ ରିଖ ଦିନ ମିନି ଷ୍ଟେଟମେଣ୍ଟ କାଢିବାରୁ ଜାଣିବାକୁ ପାଇଲେ ଜମାଖାତାରୁ ୧୫୦୦ଟଙ୍କା ଉଠାଯାଇଛି। ମିତାଲି ଙ୍କ କହିବା ଅନୁଯାୟୀ ବୃଦ୍ଧା ହୋଇଥିବାରୁ ଯିବାଆସିବା ରେ କଷ୍ଟସାଧ୍ୟ ହେଉଥିବାରୁ ମୋର ଆଙ୍ଗୁଠି ଚିହ୍ନ କିଓସ୍କ ବ୍ୟାଙ୍କ ର କର୍ମଚାରୀ ଭାମିନି ପଞ୍ଚାୟତ ର ଇନ୍ଦ୍ରପୁରୀ ଗ୍ରାମର ଖନିସ ସିକଦାର (୩୩) ଙ୍କ ପାଖରେ ଥିଲା ଓ ସେ ମୋର ପଇସା ସବୁ କାଢି ନେଇଯାଇଛି।ଏ ବିଷୟରେ ବିକ୍ରମ ଭତ୍ରା ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତିକରି ପୋଲିସ କିଓସ୍କ ବ୍ୟାଙ୍କ ର କର୍ମଚାରୀ ଖନିସ ସିକଦାର ଙ୍କୁ ଗିରଫ କରି ଆଇପିସି ଧାରା ୪୧୭/୪୨୦ କେସନଂ ୩୬୨/୨୨ ଅନୁସାରେ କୋଟଚାଲାଣ କରିଛି । ଏହି ଘଟଣା ଏହି ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ନୂଆ ନୁହେଁ। ଗତବର୍ଷ ମଧ୍ୟ ଏହି କର୍ମଚାରୀ ଜଣକ ବକୋଦା ପଞ୍ଚାୟତର କିଛି ଗ୍ରାମ ବାସି ଙ୍କ ପଇସା ଉଠାଇ ଦେଇ ଥିଲେ ପରେ ଗ୍ରାମ ବାସି ପାଟିତୁଣ୍ଡ କରିବାରୁ ଲୋକେ ଙ୍କ ପଇସା ଫେରସ୍ତ କରିଥିଲେ।

Leave A Reply

Your email address will not be published.