ରେଢାଖୋଲ / ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବଂଶାଜାଲ ଗ୍ରାମ ପଞ୍ଚାୟତ ହେଲେଇ ଗ୍ରାମରେ ଶୁକ୍ରବାର ଦିନ ଭୋର ସକାଳୁ ଅଗ୍ନିକାଣ୍ଡ ରେ ଏକ ପରିବାର ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ହେଲେଇ ଗ୍ରାମର ଆର୍ତ୍ତତ୍ରାଣ ବେହେରା ଙ୍କ ଦୁଇ ବଖରା ଚାଳ ଛପର ଘର ଆଜି ଭୋର ସକାଳୁ ବିଜୁଳି ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ଗ୍ରାମବାସୀ ମାନେ ଏକତ୍ରିତ ହୋଇ ନିଆଁ ଲିଭାଇବା ଉଦ୍ୟମ ଯୋଗୁଁ ଗ୍ରାମର ଅନ୍ୟ ଘର ନିଆଁ କବଳ ରୁ ରକ୍ଷା ପାଇ ଯାଇଥିଲା। ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ପରିବାରର ଘୋରଇ ଆସବାସ ପତ୍ର ଅଗ୍ନିକାଣ୍ଡରେ ପୋଡି ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି। ଆର୍ତ୍ତତ୍ରାଣ ଙ୍କ ଅଧିକ ଗରିବ ପରିବାର ହୋଇଥିବାରୁ ଗ୍ରାମବାସୀ ମାନେ ପ୍ରଶାସନକୁ ଶୀଘ୍ର ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post