ରେଢାଖୋଲ/ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପରିସରରେ ଲକ୍ଷ୍ମୀପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସଡିପିଓ ପ୍ରଶାନ୍ତ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଗଜଲକ୍ଷ୍ମୀପୂଜାକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ ପାଇଁ ଆଲୋଚନା ହୋଇଥିଲା ପୂଜାମଣ୍ଡପ ଓ ଭସାଣିରେ ଡିଜେ ସାଉଣ୍ଡ ଉପରେ ପୁଲିସ କଟକଣା ଲଗାଇଛି। ରେଢ଼ାଖୋଲ ଥାନା ଅଞ୍ଚଳରେ ୧୯ଟି ସ୍ଥାନରେ ଗଜଲକ୍ଷ୍ମୀପୂଜା ମେଢ ଅନୁଷ୍ଠିତ ହେଉଥିବା ବେଳେ ୧୩ଟି ପୂଜା କମିଟିର କର୍ମକର୍ତ୍ତା ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ, ବିଦ୍ୟୁତ ବିଭାଗର ଏସ୍ଓ ନନ୍ଦକୁମାର ନାଗ,ଫାୟାର ଅଧିକାରୀ ତାରାଚାନ୍ଦ ମାଝି,ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ ସମେତ ସମସ୍ତ ପୂଜା କମିଟିର ସଦସ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଲେ ନବନିଯୁକ୍ତ ବ୍ଲକ ଯୁବ ବିଜୁ ଜନତା ଦଳ ସଭାପତି l
Next Post