ଆଜିଠାରୁ ବଲାଙ୍ଗିର ଫୁଟବଲ ଲିଗ୍  

0

ବଲାଙ୍ଗିର(ନିରୋଜ ମିଶ୍ର) ,- ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ସିନିୟର ନକ୍ଆଉଟ କମ୍ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦ୍ଘାଟନୀ ମ୍ୟାଚ୍ ୨୯ ତାରିଖ ବୁଧବାର(ଆଜି)  ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୯୦ଟି ଦଳ ଭାଗନେବେ । 

ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ରୁରାଲଷ୍ଟାରସ ସଦାଇପାଲି ବନାମ ଏନୱାଇଏସ ବରକାନି, ମିଶନ ପଡିଆରେ ଟିୱାଇସି ଶାନ୍ତିପଡା ବନାମ ରିଲାଏନ୍ସଏଫଏ, ଜରାସିଂହା ମିନିଷ୍ଟାଡିୟମ ରେ ଏଜେଏସ ବରଲା ବନାମ ଏସ୍ଏଫଏ କରେଲଧୁଆ, ଲୋଇସିଂହା ମିନିଷ୍ଟାଡିୟମରେ ୱାଇଏସ ସୁଜିଆ ବନାମ ଏବିଏଫଏ ଲୋଇସିଂହା, ଚୁଡାପାଲି ପଡିଆରେ ଆରକେୱାଇଏସ ଚାଣ୍ଟିମୁଣ୍ଡା ବନାମ କିଶୋର ଏଫ୍ସି ଭଇଁଷା, ପାଟଣାଗଡ ହାଇସ୍କୁଲ ପଡିଆରେ ରାଇଜିଂଷ୍ଟାର ପାଟଣାଗଡ ବନାମ ଆରୱାଏସ ଖୁଣ୍ଟ ସମଲାଇ ମଧ୍ୟରେ ଖେଳ ହେବ । ଖେଳ ପ୍ରତ୍ୟେହ ଅପରାହ୍ନ ୩ ଘଣ୍ଟା  ସମୟରେ ହେବ । ପ୍ରଥମ ପର୍ଯ୍ୟାୟ ନକ୍ଆଉଟ ପଦ୍ଧତ୍ତି ରେ ଖେଳାଯିବ । ଦ୍ୱିତୀୟ ପର୍ଯ୍ୟାୟ ଲିଗ୍ ମ୍ୟାଚ୍ ହେବ । ଗାନ୍ଧିଷ୍ଟାଡିୟମ ବଲାଙ୍ଗିର ଠାରେ ସେମିଫାଇନାଲ ଖେଳ ୨୧ ଓ ୨୨ ତାରିଖ ରେ ଓ ଗ୍ରାଣ୍ଡ ଫାଇନାଲ  ଖେଳ  ସେପ୍ଟେମ୍ଭର ୨୩ ରେ ହେବ ବୋଲି କ୍ରୀଡାସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ଓ ଫୁଟବଲ ସମ୍ପାଦକ ନିସାରକାନ୍ତ ନାଗ ସୂଚନା ଦେଇଛନ୍ତି । 

 

Leave A Reply

Your email address will not be published.