ଠିକାଦାର ପଡା ପୋଲ. ରାଜନୀତି : ସମରେନ୍ଦ୍ରଙ୍କ ପ୍ରଶ୍ନ ” ବଲାଙ୍ଗିର ର ବିକାଶ ପାଇଁ ରାଜ୍ ପରିବାର ନିଜସ୍ୱ ପ୍ରକଳ୍ପ କିଛି ତିଆରି କରିଛନ୍ କାଏଁ?” .

0

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଚେଷ୍ଟା  ଓ ତତ୍ୱାବଧାନରେ ଶୀଘ୍ର ସମାପ୍ତ  ହୋଇଥିବା ପାଟଣାଗଡ଼  ରାସ୍ତାର ଠିକାଦାର ପଡ଼ା ପୋଲ ଯାହା  କି ପାଟଣାଗଡ  ରାସ୍ତା ଉନ୍ନତିକରଣର ଏକ ଅଂଶ  ବିଶେଷ  ତାକୁ  ଆମ ସାଂସଦ ଶସ୍ତା ରାଜନିତୀ ରେ ଶ୍ରେୟ  ନେବା  ପାଇଁ ଉଦ୍ଘାଟନ କରିବାକୁ ଯାଉଛନ୍ତି ବୋଲି କେଙ୍ଗ୍ରେସସ ନେତା ସମରେନ୍ଦ୍ର ମିଶ୍ର ଅଭିଯୋଗ  କରିଛନ୍ତି |

ସେ କହିଛନ୍ତି ଯେ, ନିଜେ  କିଛି କାମ ନ କରି ପ୍ରଟୋକଲ କୁ ଅମାନ୍ୟ କରି ପ୍ରକଳ୍ପ  ଉଦ୍ଘାଟନ ଏକ ହାସ୍ୟାସ୍ପଦ  ଘଟଣା | ଆଗାମୀ  ମୁଖ୍ୟମନ୍ତ୍ରୀ ଗସ୍ତ  ପୂର୍ବ ରୁ  ଏଇ ଶସ୍ତା ଉଦ୍ଘାଟନ ମୁଖ୍ୟ ମନ୍ତ୍ରୀଙ୍କ ଆଗରେ ନିଜ ନକରି ପାରିବପଣିଆକୁ ଲୁଚାଇବା  ପାଇଁ ଅପଚେଷ୍ଟା  ନୁହେଁ ତ?  ଲୋକ ଜାଣୁଛନ୍ତି କାହାର କାମ କଣ ଠିକ୍ ସମୟରେ ଉଚିତ ଜାବାବ ଦେବେ|  ଶସ୍ତା ରାଜନୀତି ଯିଏ କରେ ସେ ହି ଏମିତି କାମ କରିପାରେ।   ବଲାଙ୍ଗିର ର ବିକାଶ ପାଇଁ ରାଜ୍ ପରିବାର ନିଜସ୍ୱ ପ୍ରକଳ୍ପ କିଛି ତିଆରି କରିଛନ୍ କାଏଁ ବୋଲି  ସମରେନ୍ଦ୍ରଙ୍କ ପ୍ରଶ୍ନ କରିଛନ୍ତି | 

 

Leave A Reply

Your email address will not be published.