ଖଇରା (ବୁଲୁ ଲେଙ୍କା ): ଖାକିରେ ଲାଗିଲା କଳଙ୍କ ର ଦାଗ,ରକ୍ଷକ ହୋଇ ଭକ୍ଷକ ସାଜିଲା ପୋଲିସ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ।ଖଇରା ଥାନା ଅଧିନ କଇଥଗଢିଆ ପତଡ଼ା ସାହିର ୪୪ ବର୍ଷୀୟ ବିଧବା ମହିଳା ମାଳତୀ ମଲ୍ଲିକ ଏକୁଟିଆ ଘରେ ଥିବାବେଳେ ଖଇରା ଥାନାରେ କର୍ମରତ ଥିବା ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଦାସ ତାଙ୍କ ଘରକୁ ଯାଇଥିଲେ।ପରେ ମାଳତୀଙ୍କୁ ଡାକି ତାଙ୍କର ଦିଆଯାଇଥିବା ଭତ୍ତା ଫର୍ମ ଭୁଲ ଥିବା କହିଥିଲେ ଏବଂ କାଗଜ ପତ୍ର ଫର୍ମ ଆଣିବାକୁ କହିଥିଲେ।ମାଳତୀ ଘରଭିତରକୁ ଫର୍ମ ଆଣିବାକୁ ଯାଇଥିବାବେଳେ ହୋମଗାର୍ଡ ପୂର୍ଣଚନ୍ଦ୍ର ଘରଭିତରକୁ ପଶି ଭିତରପଟୁ କବାଟ ବନ୍ଦ କରିଦେଇଥିଲେ।ଏବଂ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।ପ୍ରଥମେ ମହିଳା ଜଣକ ଚିତ୍କାର କରିବାରୁ ପୂର୍ଣ୍ଣଚନ୍ଦ୍ର ତାଙ୍କ ତଣ୍ଟିକୁ ଚିପିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।ପରେ ମହିଳା ଜଣକ ନିଜର ଜୀବନ ବଞ୍ଚାଇବା ପାଇଁ ପାଖରେ ଥିବା ଏକ କଟୁରି ସାହାଜ୍ୟରେ ତାଙ୍କୁ ଆକ୍ରମଣ କରିବାରୁ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ସେଠାରୁ ଦୌଡ଼ି ପଳାଇଯାଇଥିଲେ।ହେଲେ ପୂର୍ଣ୍ଣଚନ୍ଦ୍ର ତାଙ୍କର ପ୍ୟାଣ୍ଟ,ଜୋତା ଏବଂ ବାଇକ କୁ ମହିଳାଙ୍କ ଘରେ ଛାଡ଼ି ପଳାଇଯାଇଥିବା ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାଇ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।ଅନ୍ୟପଟେ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଘର ଉକ୍ତ ଥାନା ନୟାଖଣ୍ଡି ଗାଁର ହୋଇଥିବାବେଳେ ସେ ଫେରାର ଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.