ଭୁବନେଶ୍ୱର ଏବଂ ତିରୁପତି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ |

0

ପୂଜା ଛୁଟି ସମୟରେ ତିରୁପତି ପରିଦର୍ଶନ କରିବା ପାଇଁ ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍, ବିଜୟନଗରମ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବ |

ଭୁବନେଶ୍ୱର: ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଦୂର କରିବା ପାଇଁ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ତିରୁପତି ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି ଯାହା ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ଏବଂ ବିଜୟନଗରମ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବ |

02809/02810 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ସୁପର ଫାଷ୍ଟ ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ 1 ରୁ 29 ଅକ୍ଟୋବର 2022 ମଧ୍ୟରେ ପ୍ରତ୍ୟେକ ଶନିବାର ଅପରାହ୍ନ 1 ଘ.30 ମି.ରେ ଛାଡି ତିରୁପତି ଯାତ୍ରା କରିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା ତିରୁପତି ଠାରୁ 2 ରୁ 30 ଅକ୍ଟୋବର 2022 ମଧ୍ୟରେ ପ୍ରତ୍ୟକ ରବିବାର ରାତ୍ରି 8 ଘଟିକାରେ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ |

ଏହି ଟ୍ରେନ ଭୁବନେଶ୍ୱର ଓ ତିରୁପତି ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ, ବିଜୟନଗରମ, ଦୁଭାଡା, ଆନ୍ନାଭରମ, ସମାଲକୋଟ, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ଓଙ୍ଗଲ, ନେଲୋର, ଗୁଡୁର ଏବଂ ରେଣିଗୁଣ୍ଟା ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ 16 ଟି ଏସି-3 ଟାୟାର କୋଚ ଏବଂ ଦୁଇଟି ଗାର୍ଡ-ଲଗେଜ୍ ତଥା ଜେନେରେଟର କାର୍ କୋଚ୍ ଉପଲବ୍ଧ ଅଛି |

Leave A Reply

Your email address will not be published.