ଚିଲିକା/ଖୋର୍ଦ୍ଧା :- (ସେକ୍ କୌଶର): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ- ବାଣପୁର ବାଇପାସ ଓଭର ବ୍ରିଜ ଉପରେ ଘଟି ଯାଇଛି ଏକ ସଡ଼କ ଦୁର୍ଘଟଣା । ସୂଚନା ମୁତାବକ ଆଜି ସକାଳେ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ୪୦୭ ମିନିଟ୍ରକ ବାଲୁଗାଁ- ବାଣପୁର ବାଇପାସ ଓଭର ବ୍ରିଜ ଉପରେ କୌଣସି କାରଣ ବସତ ଦୁର୍ଘଟଣାଗସ୍ତ ହୋଇଛି। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଖବର ପାଇ ବାଣପୁର ପୋଲିସ କୁ ଖବର ଦେବା ସହ ବାଣପୁର ବ୍ଲକ ଡ୍ରାଇଭର ମହାସଂଘକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ଖବର ପାଇ ବାଣପୁର ପୋଲିସ ସମେତ ବାଣପୁର ଡ୍ରାଇଭର ମହାସଂଘର ଉପସଭାପତି ସେକ ସୌକତ ଓ ତାଙ୍କର କିଛି ଡ୍ରାଇଭର ସାଥୀଙ୍କୁ ନେଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି। ଘଟଣା ସ୍ଥଳରେ ଗୁରୁତ୍ୱର ଅବସ୍ଥାରେ ଥିବା ଡ୍ରାଇଭର ଙ୍କୁ ବାଲୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ସେଠାରେ ତାଙ୍କର ଦେହ ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିଛନ୍ତି।।
Sign in
Sign in
Recover your password.
A password will be e-mailed to you.