ବରଗଡ :- ଆଜି ସକାଳ ପ୍ରାୟ ସାଢ଼େ ଦଶଟା ସମୟରେ ପାଇକମାଲ ନୂଆପଡା ବିଜୁ ଏକ୍ସପ୍ରେସ ୱେ ରେ ବରତୁଣ୍ଡା ଗ୍ରାମ ନିକଟରେ ଥିବା ସୁରିଙ୍ଗିଦାଦର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଲାଠୋର ନିକଟରେ ଥିବା କଂହେଇଛାପର ଗ୍ରାମର ଦୁଇ ଜଣ ଯୁବକ ବାଇକ ନମ୍ବର OD26ସି6126 ରେ ଯାଉଥିବା ସମୟରେ ତାଙ୍କୁ CG04NV 6817 ନମ୍ବର ପିକଅପ ଜୋର ରେ ଧକ୍କା ମାରିବାରୁ ବାଇକ ଆରୋହି ଦ୍ୱୟ ଙ୍କର ଘଟଣା ସ୍ଥଳେରେ ମୃତ୍ୟୁ ହୋଇ ଯାଇଥିଲା । ଦୁର୍ଘଟଣା ପରେ ଦୁର୍ଘଟଣା ଘଟିଥିବା ସ୍ଥାନରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା । ଘଟଣା ର ଖବର ପାଇବା ପରେ ପଦ୍ମପୁର ଥାନା ଅଧିକାରୀ ଶ୍ରୀ ରାଜେନ୍ଦ୍ର ସୀଆଲ ଙ୍କର ନେତୃତ୍ୱରେ ପୋଲିସ ଟିମ ପହଂଛି ତଦନ୍ତ ଆରମ୍ଭ କରିବା ସହିତ ଶବ ଦୁଇଟି କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନା କୁ ପଠେଇ ଦେଇଥିବା ସୁଚନା ରହିଛି ।
Sign in
Sign in
Recover your password.
A password will be e-mailed to you.
Prev Post