ପତ୍ନି ହନ୍ତାକୁ ଆଜୀବନ ଜେଲ

0

ଭଦ୍ରକ(ସୀତାକାନ୍ତ ପାଢ଼ୀ)-:ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଅଶଷ କୁମାର ତ୍ରିପାଠି ପତ୍ନୀ ହତ୍ୟା ଅପରାଧରେ ଜେଲରେ ବିଚାରାଧିନ ବନ୍ଦୀ ଭାବେ ଅଟକ ଥିବା ସାବରଙ୍ଗ ଥାନା ଅଧିନସ୍ତ ଜିତାନଗା ଗ୍ରାମର ଭାଗବତ ବେହେରାଙ୍କ ପୁତ୍ର କାଲୁ ଓରଫ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ୨୦୧୫ ମସିହାରେ ତାଙ୍କ ପତ୍ନୀକୁ ଯୌତୁକ ପାଇଁ ଘରେ ଶୋଇ ଥିବା ବେଳେ ଘର ନିଆଁ ଲଗାଇ ହତ୍ୟା କରି ଥିବା ଅପରାଧରେ ଆଜୀବନ ଜେଲ ଓ ତିନି ଗୋଟି ଦଫାରେ ୩ ହଜାର ଟଙ୍କା ଜୋରିମାନା ଦେବା ପାଇଁ ଆଦେଶ ପ୍ରଦାନ କରିଛନ୍ତି।ଜୋରିମାନା ଅନାଦେୟ ପୁନଶ୍ଚ ୩ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତା ସହ ପୂର୍ଣ୍ଣଚନ୍ଦ୍ରଙ୍କ ମାତା ଅପନୁ ବେହେରାଙ୍କୁ ବହୂକୁ ଯୌତୁକ ନିର୍ଯ୍ୟାତନା ଦେଉଥିବା ଅପରାଧରେ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି.

Leave A Reply

Your email address will not be published.