କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସମିତି କାର୍ଯ୍ୟାଳୟର ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଉପ ଜିଲ୍ଲାପାଳ ଭୀମସେନ ଶବର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶୁଣାଣୀରେ ବିଡ଼ିଓ ତାପସ କୁମାର ଭୋଇ, ଏବିଡ଼ିଓ ବଳରାମ ପାତ୍ର, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ଅବକାରୀ ଉପ ନୀରିକ୍ଷକ ଆଶ୍ରିବାଦ ବେହେରା, ଉପ ଖଣ୍ଡସ୍ଥ ସାମାଜିକ ସୁରକ୍ଷା ଅଧିକାରୀ ଏସ କେ ପାଣିଗ୍ରାହୀ,ଉଠାଜଳସେଚନ ପ୍ରକଳ୍ପ ର ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଦରଜି, ଏଆରସି ଦୀପକ ବାରା, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରାଜୀବ କୁମାର ବେହେରା, ଆର ଡି ବିଭାଗର କନିଷ୍ଠ ଯନ୍ତ୍ରୀ ଧବଳେଶ୍ବର ପାତ୍ର ,ଏଡିହେଚ ରାକେଶ ମିଶ୍ର ସମେତ ସମସ୍ତ ଜିଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।ଦୁଃଖର ବିଷୟ କଲ୍ୟାଣସିଂହପୁର ରେ ହୋଇଥିବା ଅଭିଯୋଗ ଶୁଣାଣି ର ତଥ୍ୟ ସ୍ଥାନୀୟ ସମିତି କାର୍ଯ୍ୟାଳୟରୁ ମିଳୁପାରୁନାହିଁ ।ଜିଲ୍ଲାରୁ ତଥ୍ୟ ଆସିଲେ ଦିଆ ଯିବ ବୋଲି ଅଧିକାରୀ ମାନେ କହିଛନ୍ତି । ଏଥିରେ ସମୁଦାୟ ୬୫ଟି ଅଭିଯୋଗ ମଧ୍ୟରୁ ୫୩ଟି ବ୍ୟକ୍ତି ଗତ ଓ ୧୨ଟି ଗୋଷ୍ଠିଭିର୍ତ୍ତିକ ଶୁଣାଣି ହୋଇଥିଲା ।ଏଥିରେ ପୁଇଗୁଡାର ଶ୍ୟାମଘନ ସୁନା ଙ୍କୁ ଟ୍ରାଇସାଇକଲ , ରାଜେଶ ନାଗବଂଶକୁ ଭତ୍ତା ଓ ଗୋରିଆମଣି କରକରିଆ ଙ୍କୁ କନା ଶୁଣା ଯନ୍ତ୍ର ପ୍ରଦାନ କରାଯାଇଛି ।ଏଥିରେ ବ୍ଲକର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post