କୁଖ୍ୟାତ ଅନ୍ତଃରାଜ୍ୟ ଡକାୟତ ଗିରଫ : ନଗଦ ଟଙ୍କା, ମୋବାଇଲ ଟ୍ୟାବ ଓ ବାଇକ ସହିତ ମାରଣାସ୍ତ୍ର ଜବତ

0

ଫାଇନାନ୍ସ କର୍ମଚାରୀ ଙ୍କୁ କରୁଥିଲେ ଟାର୍ଗେଟ 

ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ: ନୟାଗଡ ଜିଲ୍ଲା ରଣପୁର ପୋଲିସ କୁ ମିଳିଛି ବଡ଼ ସଫଳତା | ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଫାଇନାନ୍ସ କର୍ମଚାରୀ ଓ ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରି ଦିନ ଦ୍ଵିପରେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ କରୁଥିବା ଥିବା ଜଣେ ଅନ୍ତଃରାଜ୍ୟ ଡକାୟତକୁ ରଣପୁର ପୋଲିସ ଗିରଫ କରିବା ସହ ତାହା ଠାରୁ ନଗଦ ଚାଳିଶି ହଜାର ଟଙ୍କା, ଦୁଇଟି ମୋବାଇଲ, ଦୁଇଟି ସାମସଙ୍ଗ ଟ୍ୟାବ ଓ ହୁଣ୍ଡା ସିବି ହରନେଟ ବାଇକ ସହିତ ମାରଣାସ୍ତ୍ର ଜବତ କରିଥିବା ଜଣାପଡ଼ିଛି |
ରଣପୁର ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଧିନସ୍ଥ ବଲଣ୍ଡା ଗ୍ରାମ ର ସଞ୍ଜୟ କୁମାର ମୁଦୁଲି (22)ନୟାଗଡ  ଜିଲ୍ଲା ଶାଖା  ଭାରତ ଫାଇନାସ୍ସ ଲିମିଟେଡ଼ ରେ କାର୍ଯ୍ୟ କରୁଥିବା ବେଳେ ସେ ଗତ 10.08.2022 ଅପରାହ୍ନ ଦୁଇଟା ବେଳେ ଟଙ୍କା କଲେକସନ ସାରି ଫେରୁଥିବା ବେଳେ ଗୋଡିପଡା ନିକଟସ୍ଥ ଡମସାହି ଏସ. ଆର ପେଟ୍ରୋଲ ପମ୍ପ ସାମନାରେ ଦୁଇ ଜଣ ଯୁବକ ବାଇକିରେ ଆସି ସଞ୍ଜୟଙ୍କୁ ଅଟକାଇଥିଲେ | ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇବା ସହ ତାଙ୍କ ଠାରୁ ନଗଦ 28ହଜାର ଟଙ୍କା ସହିତ ମୋବାଇଲ ଫୋନ ଏକ ସାମସଙ୍ଗ ମୋବାଇଲ ଟାବଲେଟ ଛଡାଇ ନେଇ ଦ୍ରୁତ ଗତିରେ ବାଇକ ଯୋଗେ ଚମ୍ପଟ ମାରିଥିଲେ| ଯାହାକୁ ନେଇ ସଞ୍ଜୟ ସେହି ଦିନ ଅପରାହ୍ନ 5 ଟା 30ରେ ରଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଅଭିଯୋଗ ପାଇବା ପରେ ରଣପୁର ଆଇ ଆଇ ସି ନିହାର ରଞ୍ଜନ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ.. ରଣପୁର ପୋଲିସ 191/22ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲେ  | ମୋବାଇଲ ଟ୍ରାକିଙ୍ଗ କରି ଗତ ଶନିବାର ଦିନ ରଣପୁର ପେଟ୍ରୋଲିଙ୍ଗ ପୋଲିସ ବିନୟ କୁମାର ପରିଡା, ସଞ୍ଜୟ ପରିଡା ସୁନାଖଳା ବିନୋଦପଡା ଠାରୁ ମୁଖ୍ୟ ଅଭିଯୁକ୍ତ କାଶୀନାଥ ସ୍ୱାଇଁଙ୍କୁ ଗିରଫ କରିଥିଲେ | ତା ଠାରୁ ଲୁଟ ହୋଇଥିବା ସାମସଙ୍ଗ ଟ୍ୟାବ ମୋବାଇଲ ସହିତ ନଗଦ ଚାଳିଶି ହଜାର ଟଙ୍କା ସହିତ ଏକ ହୋଣ୍ଡା ହରନେଟ ମୋଟରସାଇକେଲ ଯାହାର ନମ୍ବର MH-03-DF-2549 ଏବଂ ଡ଼କାୟତି ରେ ବ୍ୟବହୃତ ମାରଣାସ୍ତ୍ର କଟୁରି ଜବତ କରିଥିଲେ |ଗିରଫ  ଅଭିଯୁକ୍ତ ହେଲେ ନୟାଗଡ ଜିଲ୍ଲା ନୂଆଗାଁ ଥାନା ବିରୁଡ଼ା ଗ୍ରାମର କାଶୀନାଥ ସ୍ୱାଇଁ | ତା ନାମରେ ନୟାଗଡ ଜିଲ୍ଲା ବିଭିନ୍ନ ଥାନା ସମେତ ପୁରୀ ଓ ଭୁବନେଶ୍ୱର ରେ 12 ରୁ ଉର୍ଦ୍ଧ ମାମଲା ଥିବା ଜଣାପଡିଛି | ତେଵେ ପୋଲିସ ଆଗରେ ସେ ତା ଅପରାଧା ସ୍ୱକାର କରିଛି  ବୋଲି ପୋଲିସ ସୂଚନା ଦେଇଛି | ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ଯଥା ଶୀଘ୍ର ଗିରଫ କରାଯିବ ବୋଲି ରଣପୁର ପୋଲିସ ସୂଚନା ପ୍ରଦାନ କରିଛି | ଆଜିର ଏହି ପ୍ରେସମିଟରେ ଶରଣକୁଳ ଏସଡିପିଓ କିରଣ ହେମ୍ବ୍ରମ, ରଣପୁର ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି ଏବଂ ତଦନ୍ତକାରୀ ସବ ଇନ୍ସପେକେଟର ସଞ୍ଜୟ କୁମାର ପରିଡା ଉପସ୍ଥିତ ଥିଲେ |

Leave A Reply

Your email address will not be published.