ଭଞ୍ଜନଗର:. ଦେଶ ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଦେଶ ବ୍ୟାପି ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି।ଯାହା ଫଳରେ ପ୍ରତି ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବା ନିମନ୍ତେ ସରକାର ସ୍ଥିର କରିଛନ୍ତି।ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସର ରେ ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହର୍ ଘର୍ ତ୍ରିରଙ୍ଗା କାଯ୍ୟକ୍ରମ ଜାରି ରହିବ। ଏଥି ନିମନ୍ତେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭଞ୍ଜନଗର ବିଜେପି ପକ୍ଷରୁ ଶନିବାର ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲି ଭଞ୍ଜନଗର ସହର ସମେତ ବ୍ଲକର ମୁଦୁଲିପଲି, ଜିଲୁଣ୍ଡି,ସାନକୋଦଣ୍ଡା,ଲାଲସିଙ୍ଗି, ବାଉଁଶଲୁଣ୍ଡି, ଡ଼ିହପଢାଳ,ଗୋଲାପଡା,କୁଲାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା।ସମସ୍ତ ଜନସାଧାରଣ ନିଜ ନିଜ ଘରେ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଇବା ସହ ଭାରତ ମା’ ର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯିବା ସହ ଏହି କାର୍ଯ୍ୟକ୍ରମର ଲକ୍ଷ୍ଯ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତ ଙ୍କୁ ଅବଗତ କରାଯାଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ଘୁମୁସର ଜିଲ୍ଲା ବିଜେପି ଉପସଭାପତି ଅଯୋଧ୍ୟାନାଥ ମହାପାତ୍ରଙ୍କ ନେତୃତ୍ୱରେ ଏହି ସଚେତନତା ବାଇକ ରାଲି ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ବିଜେପି ନେତା ବିନାୟକ ତ୍ରିପାଠୀ,ଘୁମୁସର ଜିଲ୍ଲା ବିଜେପି ଯୁବ ସଭାପତି, ସାଧାରଣ ସମ୍ପାଦକ ନୀଳ ମାଧବ ପାତ୍ର,ରବୀନ୍ଦ୍ର ଗୌଡ଼, ମାନସ ଜେନା,ଶିବ ଶଙ୍କର ମହାପାତ୍ର,ଉଦ୍ଧବ ମିଶ୍ର,ସୁବାଷ ବରାଡ଼,ଲଖଣ ନାଇକ,ହୃଷୀ ପ୍ରଧାନଙ୍କ ସମେତ ବହୁ କର୍ମୀମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post