ଜଗତସିଂହପୁର ରାଷ୍ଟ୍ରୀୟ ଲୋକ ଅଦାଲତ

0

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବାପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧକ୍ଷତାରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ଅନୁପ କୁମାର ଚନ୍ଦନ ଙ୍କ ସହ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ରାଜଶ୍ରୀ ମୋହାପାତ୍ର, ସିଂଜଂଏମ ଶ୍ରୀ ପ୍ରିୟ ରଞ୍ଜନ ମିଶ୍ର, ପ୍ରାଧିକାରଣର ସଚିବ ଶ୍ରୀମତୀ ସୁନନ୍ଦା ପାଢ଼ୀ, ସବ ଜଜ୍ ଶ୍ରୀମତୀ ସୁଦୀପ୍ତା ବେହୁରି, ଜଜ ମହିଳା କୋର୍ଟ ଶ୍ରୀମତୀ ରଶ୍ମିତା ସାହୁ, ରେଜିଷ୍ଟର ସିଭିଲ ଫୋର୍ସ ଶ୍ରୀମତୀ ସୁଦୀପା ପାତ୍ର, ସବ ଜଜ୍ ଶ୍ରୀ ଅଭୟ କୁମାର ଦାସ, ଏସ. ଡି. ଜେ. ଏମ ଶ୍ରୀ ବିଷ୍ଣୁ ପ୍ରସାଦ ଦେବତା, ମୁନଶିପ ଶ୍ରୀ ନିରଞ୍ଜନ ଦାସ, ଜେ. ଏମ. ଏଫ. ସି ଶ୍ରୀମତୀ ଝିଲି ଲିନା ନାୟକ, ଜେ. ଏମ. ଏସ. ସି ମଲ୍ଲିକା ଗୋଏଙ୍କା ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ l ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦ୍ଧିଷ୍ଟ ବେଞ୍ଚ ରେ ଅତିରିକ୍ତ ପବ୍ଲିକ ପ୍ରଯୁକ୍ୟୁଟର ଶ୍ରୀ ଉଚହାରୀ କର, ସରକାରୀ ଓକିଲ ଶ୍ରୀ ସଲିଲ ଘୋଷ, ଆଇନଜୀବୀ ଶ୍ରୀ ଧୀରେନ୍ଦ୍ର ନାଥ ଆଚାର୍ଯ୍ୟ, ସଲ୍ୟ ବିଭାଗ ଡାକ୍ତର ସତ୍ୟବ୍ରତ ଭୂୟାଁ, ସାମାଜିକ କର୍ମୀ ସୁଷମା ପ୍ରଧାନ ସଭ୍ୟ ଭାବେ ମୋକଦ୍ଧମା ପରିଚାଳନା କରିଥିଲେ l ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧୀନ ମୋକଦ୍ଦମା ଯଥା ଫଉଜଦାରୀ, ଚେକ ବ୍ରାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ବୈବାହିକ ବିବାଦ, ରାଜସ୍ବ ମାମଲା ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ମାମଲା ସମ୍ବଧୀୟ ପ୍ରାକ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୟ ଲୋକ ଅଦାଲତରେ ଫଇସଲା ହୋଇଛି lଜିଲ୍ଲାରୁ ମୋଟ୍ ୪୪୪୩ ମାମଲାରୁ ୩୨୩୨ଟି ସଫଳତାର ସହ ଫଇସଲା ହେବା ସହିତ ଟ.୧,୮୫,୪୭,୩୭୩/- ଟଙ୍କା ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କ୍ ମାମଲା ସମ୍ଭଧିୟ ପ୍ରାକ ମୋକଦ୍ଦମାରେ ୪୨୬୮ ଟି ମାମଲାରୁ ୧୧୪ ଟି ସଫଳତାର ସହ ଫଇସଲା ହେବା ସହିତ ୧୯,୫୫,୩୦୦/- ଟଙ୍କା ଋଣ ଆଦାୟ କରାଯାଇଛି। ଜଗତସଂହପୁର ଜିଲ୍ଲା କୋର୍ଟ ସମେତ କୁଜଙ୍ଗ ,ତିର୍ତ୍ତୋଲ , ରଘୁନାଥପୁର ଏବଂ ଏରସମା କୋର୍ଟ ପ୍ରାଙ୍ଗଣରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଯାଇଅଛି ଏବଂ ବିଚାରପତିମାନଙ୍କ ଦ୍ଵାରା ମୋକଦ୍ଦମା ଗୁଡ଼ିକର ପାଇସଲା କରାଯିବା ସହ ଜୋରିମାନା ଆଦାୟ କରାଯାଇଛି।

Leave A Reply

Your email address will not be published.