ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ” ହର ଘର ତ୍ରିରଙ୍ଗା” ଅଭିଯାନ –

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ” ହର ଘର ତ୍ରିରଙ୍ଗା” ଅଭିଯାନ ପାଳିତ ହୋଇଯାଇଛି।
ପ୍ରଥମେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଭାରତ ଦେଶ ପ୍ରତି ଆମର ସମ୍ମାନ , କର୍ତ୍ତବ୍ୟ ଏବଂ ଅନେକ ମହାପୁରୁଷଙ୍କ ତ୍ୟାଗ ବିଷୟରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ।
ତା’ ପରେ ଏନ୍.ସି.ସି ଛାତ୍ରୀ ମାନେ ପ୍ରତିଟି ଘରକୁ ଯାଇ ତ୍ରିରଙ୍ଗା ପତାକା ବଣ୍ଟନ କରିବା ସହ ଏକ ସଚେତନ ନାଗରିକର କର୍ତ୍ତବ୍ୟ ବିଷୟରେ ବୁଝାଇଥିଲେ।
ଶେଷରେ ଏନ୍ ସି ସି ଏ ଏନ୍ ଓ ତଥା ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା କ୍ୟାପ୍ଟନ ଅନିତା ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ଅନୁଷ୍ଠାନର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ ଅଣ କର୍ମଚାରୀ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave A Reply

Your email address will not be published.