ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଏକାମ୍ର ହାଟ ରେ ଅଷ୍ଟମ ରାଜ୍ୟ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବୟନିକା ଦ୍ୱାରା ଆୟୋଜିତ ଫେସନ ସୋ ରେ ସୁବର୍ଣ୍ଣl ଶ୍ରୀ ର ପ୍ରଡୁସର କମ୍ପାନୀ ଅଂଶ ଗ୍ରହଣ କରିଥିଲେ l ଉକ୍ତ ଫେସନ ସୋ ରେ ସୁବର୍ଣ୍ଣପୁର ସୁବର୍ଣ୍ଣlଶ୍ରୀ ର ପ୍ରଡୁସର କମ୍ପାନୀ ତରଫରୁ ଜିଲ୍ଲା୍ର ବୁଣାକାର ତଥା ମହିଳା ବୁଣାକାର ମାନଙ୍କ ଦ୍ୱାରା ଉତ୍ପାଦିତ ଉନ୍ନତ କଳା କୌଶଳ ତଥା ସୁକ୍ଷ୍ମ କାରୁକାର୍ଯ୍ୟପୁର୍ଣ ହସ୍ତ ତନ୍ତ କଟନ ବାନ୍ଧ ଶାଢ଼ୀ, ବୋମକେଇ ଡିଜାଇନ ଶାଢ଼ୀ ତଥା ସିଳ୍କ ବାନ୍ଧ ଶାଢ଼ୀ ଓ ବୋମକେଇ ଡିଜାଇନ ଶାଢ଼ୀ ପ୍ରଦର୍ଶନ କରାଯାଇଥିଲା l ରାଜ୍ୟ ବାହାର ମୋଡେଲ ମାନଙ୍କ ଦ୍ୱାରା ଆଧୁନିକ ଶୈଳୀ ରେ ହସ୍ତ ତନ୍ତ ର ବଡି ଡିଜାଇନ ତଥା ଆଞ୍ଚଳ ଡିଜାଇନ କୁ ଖୁବ ସୁନ୍ଦର ଭାବରେ ପରିବେଷଣ କରିଥିଲେ ଯାହା କି ଉପସ୍ଥିତ ଥିବା ଅତିଥି ବୃନ୍ଦ ତଥା ଅଗଣିତ କ୍ରେତା, ଦର୍ଶକ ଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହିତ ବହୁଳ ଭାବରେ ଆଦୃତ ହୋଇ ପାରିଛି l
ସୁବର୍ଣ୍ଣପୁର ର ସୁବର୍ଣ୍ଣlଶ୍ରୀ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଓ ଓରମାସ ଦ୍ୱାରା ପ୍ରୋତ୍ସାହିତ ଜିଲ୍ଲା୍ର ମହିଳା ସ୍ଵଂୟ ସହାୟକ ଗୋଷ୍ଠି ମାନଙ୍କ ଗଠିତ ଏକ ପ୍ରମୁଖ ହସ୍ତ ତନ୍ତ ଉତ୍ପାଦକ ସଂସ୍ଥା l ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ବଳିଷ୍ଠ ନେତୃତ୍ୱ ତଥା ଦିଗଦର୍ଶନ ଦ୍ୱାରା ପରିଚାଳିତ ‘ସୁବର୍ଣା ଶ୍ରୀ’ ଜିଲ୍ଲା୍ର ହସ୍ତ ତନ୍ତ ଶିଳ୍ପର ବହୁଳ ଭାବରେ ପ୍ରଚାର, ପ୍ରସାର ସହ ବଜାରୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରୁଛି l ରାଜ୍ୟ ସରକାରଙ୍କ ହସ୍ତ ତନ୍ତ, ବୟନଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗର ସଚିବ ତଥା କମିଶନର ଶୁଭା ଶର୍ମା, ଆୟୋଜିତ ଫେସନ ସୋ ରେ ସୁବର୍ଣ୍ଣପୁର ଜିଲ୍ଲା୍ର ଅଂଶଗ୍ରହଣ କୁ ଅନୁମତି ପ୍ରଦାନ ପୂର୍ବକ ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ଉକ୍ତ ହସ୍ତତନ୍ତ ଫେସନ ସୋ ରେ ଜିଲ୍ଲା୍ର ଅଂଶ ଗ୍ରହଣ ଜିଲ୍ଲାପାଳ ନରୱଣେ ଙ୍କ ବଳିଷ୍ଠ ଉଦ୍ୟମ ଓ ତତ୍ୱାବଧାନରେ ଉପନିର୍ଦେଶକ ବୟନଶିଳ୍ପ ସୋନପୁର ଶାନ୍ତନୁ କୁମାର ମେହେର, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓରମାସ ଯୁବରାଜ ସାହୁ, ଡି ପି ସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ପ୍ରମୁଖ ଙ୍କ ପରିଚାଳନା ଓ ସହଯୋଗ ରେ ସଫଳ ହୋଇପାରିଛି l ଫେସନ ସୋ ଆୟୋଜକ- ପରିଚାଳନା ନିର୍ଦେଶକ, ବୟନିକା ଶ୍ୟାମଭକ୍ତ ମିଶ୍ର, ତଥା ବୟନିକା ର ଉଚ୍ଚ ପଦାଧିକାରୀ ଓ ବାଣିଜ୍ୟ ବିଭାଗର ଦକ୍ଷ ଟିମ ପୂର୍ଣ୍ଣ ମାତ୍ରାରେ ସହଯୋଗର ହାତ ବଢ଼ାଇ ଥିଲେ l ଏମ ସି ଏଲ-ସମ୍ବଲପୁର ଫେସନ ସୋ ର ପ୍ରଚାର ପ୍ରସାର ନିମନ୍ତେ ଆର୍ଥିକ ସହଯୋଗ ପ୍ରଦାନ କରିଥିଲେ l ଏହି ଫେସନ ସୋ ର ସଫଳତା ନିମନ୍ତେ ସମସ୍ତ ସମ୍ପୃକ୍ତ ଅଧିକାରୀ, ସଂସ୍ଥା, ବ୍ୟକ୍ତିବିଶେଷ, ଅନୁଷ୍ଠାନ ପ୍ରମୁଖଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ କୃତଜ୍ଞତା ଜ୍ଞାପନ ପୂର୍ବକ ଧନ୍ୟବାଦ ପ୍ରଦାନ କରାଯାଇଛି l
Sign in
Sign in
Recover your password.
A password will be e-mailed to you.
Prev Post