ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଆନୁକୂଲ୍ୟରେ ଜଗତସିଂହପୁର ଠାରେ ଆଜାଦି କା ଅମୃତ ମହୋତ୍ସବ ଓ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହାସଂଘ ପକ୍ଷରୁ ସ୍ଥାନୀୟ ଥାନା ଛକଠାରେ ପଥଚାରୀ ମାନଙ୍କୁ ବିଭିନ୍ନ ଚାରା ବଣ୍ଟନ ସହ ରକ୍ଷା ବନ୍ଧନ କରାଯାଇଥିଲା । ମହାସଙ୍ଘର ସଭାପତି ଦୀପ୍ତି ମହାନ୍ତି ଓ ସାଧାରଣ ସମ୍ପାଦକ ଦୀପକ ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଥାନା ଅଧିକାରୀ ପ୍ରଭାସ ସାହୁ ଅତିଥି ଭାବରେ ଯୋଗଦେଇ ସାଧାରଣ ଜନତାଙ୍କୁ ସ୍ୱାଧୀନତାର 75 ବର୍ଷ ପାଳନ ବାବଦରେ ସଚେତନ କରାଇବା ସହ ଗଣତନ୍ତ୍ରର ଏହି ମହାନ ପର୍ବ ଅବସରରେ ପରିବେଶ ସୁରକ୍ଷା ନିମନ୍ତେ ସମସ୍ତେ ବୃକ୍ଷ ରୋପଣ କରିବା ନିମନ୍ତେ ଉତ୍ସାହିତ କରି ଗୋଟିଏ ଗୋଟିଏ ଚାରା ବଣ୍ଟନ କରିଥିଲେ । ଏଥିରେ ଉପସଭାପତି ମିଲନ ଜେନା,ସଂଗଠନ ସମ୍ପାଦକ ଲୋକନାଥ ସାହୁ,କୋଷଧକ୍ଷ ବୃତ୍ତି ସୁନ୍ଦର ସାହୁ,କାର୍ଯ୍ୟକାରୀ କମିଟି ସଦସ୍ୟ ଆଶୁତୋଷ ବେହେରା,ସିଦ୍ଧାର୍ଥ ଦାସ, ମାନଶ କାନୁନ ଗୋ, ରାଧାକାନ୍ତ ମିଶ୍ର,ମନୋଜ ଦାଶ, ପିନାକୀ ମହାନ୍ତି,ସୋମନାଥ ପରିଡା,ମାନଶ ସ୍ୱାଇଁ,ଦେଵଜ୍ୟୋତି ମହାନ୍ତି,ସୁମନ୍ତ ଦାସ,ସନ୍ତୋଷ ମଲିକ,ଆଲୋକ ମହାନ୍ତି,ପ୍ରଶାନ୍ତ ମଲ୍ଲିକଙ୍କ ସହ ବିଭିନ୍ନ ସାମ୍ବାଦିକ ମାନେ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗୀ କରିଥିଲେ ।
Sign in
Sign in
Recover your password.
A password will be e-mailed to you.