“ଆକାଂକ୍ଷା” ମହିଳା ସଂଗଠନ ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ନିକେତନ ଠାରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୩୫ ଜଣରୁ ଉର୍ଦ୍ଧ୍ଵ ଅନ୍ତେବାସୀଙ୍କ ହାତରେ ରକ୍ଷା ବନ୍ଧନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଗୀତ ଓ ନାଚର ଆୟୋଜନ ମଧ୍ୟ କରାଯାଇଥିଲା।
ଭାରତ ସ୍ଵାଧୀନ ହେବାର ଅର୍ଥାତ ଅମୃତ ମହୋତ୍ସବ ପାଳନ ସକାଶେ ଶିଶୁ ମାନଙ୍କୁ ନେଇ ଦେଶାତ୍ମବୋଧକ ଗୀତ ଓ ନାଚର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀତାରେ ବିଜେତା ଶିଶୁ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନକୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା।
ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଓ ରାଖି ପିନ୍ଧାଇବା ପରେ ଶିଶୁ ମାନଙ୍କ ହାତରେ ରକ୍ଷା ବନ୍ଧନ କରାଯାଇ ମିଠା ଖୁଆଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ , ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ , ଉପଦେଷ୍ଟା ଡ଼. କଲ୍ୟାଣୀ ମିଶ୍ର , ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ ପରିଚାଳନା କରିଥିବା ବେଳେ ଜଗନ୍ନାଥ ନିକେତନର କର୍ମ କର୍ତ୍ତା ଶ୍ରୀ ନରସିଂହ ଦେଓ , ଶ୍ରୀ ସୁନନ୍ତ ନାୟକ , ଶ୍ରୀ ଗଣେଶ ଓ ଅନ୍ୟାନ୍ୟ ଅନ୍ତେବାସୀ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.