ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ,କଲ୍ୟାଣ,ପଛୁଆ ବର୍ଗ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସ।ରକା, ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଭୁବନେଶ୍ୱର ସ୍ଥିତ ରସୁଲଗଡ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଥିବା ଛାତ୍ରୀଙ୍କ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ ।କୁନି କୁନି ଝିଅମାନେ ମନ୍ତ୍ରୀ ତଥା ବିଧାୟକମାନଙ୍କ ହସ୍ତରେ ରାଖୀ ବାନ୍ଧିଥିଲେ ।ଅନ୍ୟମାନଙ୍କ ସହ ସ୍କୁଲର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ରକ୍ଷା ବନ୍ଧନ ଦିବସରେ ମାନ୍ୟବର ମନ୍ତ୍ରୀ ଓ ବିଧାୟକଙ୍କୁ ସାଙ୍ଗରେ ପାଇ ଆଶ୍ରମ ବିଦ୍ୟାଳୟରେ କୁନି କୁନି ଛାତ୍ରୀମାନେ ଆନନ୍ଦ ପ୍ରକାଶ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଓ ବିଧାୟକମାନେ ପିଲାମାନଙ୍କର ପାଠପଢା ଓ ସେମାନଙ୍କର ଆବାସିକ ରହଣି ସଂପର୍କରେ ପଚାରି ବୁଝିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post