ପ୍ରଥମ ତ୍ରିରଙ୍ଗା ପତାକା ଉଡାଣ ଥାନା ରୁ ଆରମ୍ଭ

0

ସିମୁଳିଆ, ବାଲେଶ୍ଵର (ଅକ୍ଷୟ କୁମାର ଜେନା): ପବିତ୍ର ରକ୍ଷା ବନ୍ଧନ ଅବସର ରେ ସିମୁଳିଆ ବିଜେପି ମହିଳା ମୋର୍ଚା ତତଫରୁ ସିମୁଳିଆ ଥାନା ରୁ ପ୍ରଥମ ତୀରଙ୍ଗା ପତାକା ଉଡାଣ ସହ ସମସ୍ତ ଷ୍ଟାଫ୍ ଙ୍କୁ ରାକ୍ଷୀ ବାନ୍ଧିଲେ ମହିଳା ସଦସ୍ୟା ।
ଆଜାଦି କି ପଚସ୍ତରି ବର୍ଷ ଉପଲକ୍ଷେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ହର ଘର୍ ତ୍ରିରଙ୍ଗା ର ଶୁଭାରମ୍ଭ ଆଜି ସିମୁଳିଆ ଥାନା ରୁ କରାଯାଇଛି। ଚାଳିଶି ନୋ ଜୋନ ମଣ୍ଡକ ସଭାପତି ଅବିନାଶ ବେହେରା ଙ୍କ ତତ୍ବାବଧାନରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଲେଶ୍ଵର ଜିଲା ସିମୁଳିଆ ବ୍ଲକ ବିଜେପି ଜିଲ୍ଲା ଉପ ସମ୍ପାଦିକା ଭାରତୀ ମଲିକ , ଖଇରା ବ୍ଲକ ଚେୟାର ମ୍ୟାନ୍ ପ୍ରାଥିନି ଅଭିଲିପ୍ସା ନାୟକ , ସିମୁଳିଆ ବ୍ଲକ ଚେୟାର ମ୍ୟାନ ବାବାଜି ମଲିକ, ଏବଂ ଅନେକ ମହିଳା କର୍ମୀ ଉପସ୍ଥିତ ରହି ସିମୁଳିଆ ଥାନା ଭାରାପ୍ରାପ୍ତ ଅଧିକାରୀ ଜୟନ୍ତ ବେହେରା ଙ୍କୁ ଜାତୀୟ ପତାକା ଦେବା ସହ ସହକର୍ମୀ ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ। ହର ଘର ତ୍ରିରଙ୍ଗା ପ୍ରାରମ୍ଭିକ ସ୍ଥର ରେ ପ୍ରଥମ ଉଡାଣ ସିମୁଳିଆ ଥାନାରୁ ଆରମ୍ଭ ସହ ଶ୍ରୀମତୀ ମଲ୍ଲିକ ଆଗମୀ ଦୁଇ ଦିନ ସମସ୍ତେ ଘରେ ଘରେ ତ୍ରିରଙ୍ଗା ଲଗାନ୍ତୁ ବୋଲି ଅନୁରୋଧ କରିଥିଲେ।

Leave A Reply

Your email address will not be published.