(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ): ମହାପ୍ରଭୁଙ୍କ ଏହି ବିଶାଳ ଭଙ୍ଗା ଗଢ଼ା ସଂସାରରେ ମାନବ ସମାଜର ଅନ୍ୟନାମ ହେଉଛି ଯନ୍ତ୍ରଣା । ମାନବ ସମାଜ ବହୁ ସମସ୍ୟାକୁ ନିଜ ଭିତରେ ଚାପିଧରି ସମାଜରେ ଅଶାନ୍ତି ମଧ୍ୟରେ ଶାନ୍ତି କୁ ଖୋଜି ଖୋଜି କେତେବେଳେ ଯେ ଶେଷ ପାହାଚରେ ପହଂଚିଯାଉଛି ତାହା କାହାରିକୁ ଜଣାନାହିଁ । ଏପରି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ପଞ୍ଚାୟତରେ । ଏହି ପଞ୍ଚାୟତର ମହାଜନପୁର ଗାଁ ର ଶକ୍ତିପ୍ରସାଦ ରାଉତ(ହାପି )୨୭ବର୍ଷ ଙ୍କର ଅକାଳ ବିୟୋଗ ଘଟିଛି । ଫଳରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମାତ୍ର ୨୭ବର୍ଷ ବୟସରେ ସେ ଏ ସଂସାରରୁ ବିଦାୟ ନେଇଯାଇଛନ୍ତି ସତ କିନ୍ତୁ ତାଙ୍କର ସମସ୍ତଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଅତ୍ୟନ୍ତ ଉଚ୍ଚକୋଟିର ରହିଥିଲା ବୋଲି ଶକ୍ତି ପ୍ରସାଦ ଙ୍କ ଶେଷ ଯାତ୍ରା ରୁ ପରିଚୟ ମିଳି ପାରିଛି । ମୃତ ଶକ୍ତିଙ୍କ ମର ଶରୀର ନିଜ ଗାଁ ମହାଜନପୁର ରେ ପହଁଚିବା ପରେ ଯୁବକଙ୍କ ଠାରୁ ଆରମ୍ଭ କରି, ବୃଦ୍ଧ ,ବୃଦ୍ଧା ସମସ୍ତଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ଜନ୍ମ କଲା ବାପା ମାଆ ଙ୍କ ର ଦୁଃଖ ଏତେବଡ଼ ପୁଅକୁ ଅକାଳରେ ହରାଇବା ଦୃଶ୍ୟ ଶକ୍ତ ଆଘାତ ଦେଇଛି ଅଞ୍ଚଳବାସୀଙ୍କ ହୃଦୟରେ । ପ୍ରକାଶ ଥାଉକି ସେ ଗତ କିଛିଦିନ ହେବ ନିଜ ପେଟରେ କୌଣସି ଏକ ରୋଗର ଯନ୍ତ୍ରଣା ଅନୁଭବ କରୁଥିଲେ ଓ ପରବର୍ତ୍ତୀ ସମୟରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲ କୁ ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ଗତକାଲି ଅପରାହ୍ନ ଚାରି ଘଟିକାରେ ତାଙ୍କର ଉକ୍ତ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ମୃତ ଶକ୍ତିଙ୍କର ମରଶରୀରକୁ ନିଜ ଜ୍ୟୋଷ୍ଠ ଭ୍ରାତା ପ୍ରଦ୍ୟୁମ୍ନ ରାଉତ ଓ ବନ୍ଧୁ ବର୍ଗଙ୍କ ସହଯୋଗରେ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇ ଆମ୍ବୁଲାନ୍ସ ଯୋଗେ ନିଜ ଜନ୍ମ ସ୍ଥାନକୁ ଅଣାଯାଇଥିଲା । ପୁନର୍ବାର ନିଜ ପରିବାର ଓ ପଡୋଶୀ ମାନଙ୍କ ସହଯୋଗରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ନିଆଯାଇ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ତାଙ୍କ ମୃତ୍ୟୁରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଗଭୀର ଶୋକାଵ୍ୟକ୍ତ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶୋକ ସନ୍ତପ୍ତ ପରିବାରଙ୍କ ନିକଟରେ ଜିଗ୍ନିପୁର ସରପଞ୍ଚ ତିଳୋତ୍ତମା ରାଉତ, ସମିତିସଭ୍ୟ ତଥା ପଞ୍ଚାୟତ ସମିତି ଉପାଧକ୍ଷ ଅଶୋକ କୁମାର ଓଝା, ଯୁବନେତା ଜ୍ଞାନରଞ୍ଜନ ରାଉତ, ଜିଗ୍ନିପୁର ପଞ୍ଚାୟତ ବିଜେଡି ସଭାପତି ଧୀରେନ୍ଦ୍ର ନାଥ ବେହେରା, ଯୁବ ଜନତାଦଳ ସଭାପତି ସୁଶାନ୍ତ ନାୟକ, ମିହିର ମହାପାତ୍ର ଓ ଜିଗ୍ନିପୁର ମାଈନରଟି ସେଲ ସଭାପତି ଅବଦୁଲ ଅରମାନ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post