ଉମରକୋଟ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା।

0

ଉମରକୋଟ/  ଜିତେନ୍ଦ୍ର ମହାନ୍ତି : ଉମରକୋଟ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ୧୪ କେଜି ଗଞ୍ଜେଇ ସହ ଦୁଇ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ। ଗିରଫ ଦୁଇ ଜଣ ହେଲେ ଝରିଗାଁ ବ୍ଲକ୍ ଅନ୍ତର୍ଗତ ଧୋଡ୍ରା ଗ୍ରାମର ଅମର ରୟ (୬୧) ଏବଂ ଉମରକୋଟ ପୌରାଞ୍ଚଳ ଅନ୍ତର୍ଗତ ଗୁଲିପାଟଣାର ଲକ୍ଷ୍ମଣ ରେଲି (୨୯)। ଅବକାରୀ ପୋଲିସ ଅମରଙ୍କ ଠାରୁ ୧୦ କେଜି ଏବଂ ଲକ୍ଷ୍ମଣଙ୍କ ଠାରୁ ୪ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ହେବ ବୋଲି ଅବକାରୀ ନିରୀକ୍ଷକ ହରିହର ସିଂ ପ୍ରକାଶ କରିଛନ୍ତି। ଏମାନଙ୍କ ନାଁରେ ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଅବକାରୀ ବିଭାଗ ଏମାନଙ୍କ ଉପରେ ତିକ୍ଷ୍ଣ ନଜର ରଖିଥିଲା। ତେବେ, ଆଜି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଗଞ୍ଜେଇ ସହ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ। ଆଗକୁ ମଧ୍ୟ ଏହିପରି ଚଢାଉ ଜାରି ରହିବ ଏବଂ ନିଶା ମାଫିଆଙ୍କୁ ଧରିବାକୁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଅବକାରୀ ନିରୀକ୍ଷକ।

Leave A Reply

Your email address will not be published.