ଭିଜିଲାନ୍ସ ଜାଲରେ ବିଦ୍ୟୁତ୍ ବିଭାଗର କନିଷ୍ଟ ଯନ୍ତ୍ରୀ

0

ରାୟଗଡରୁ ସରୋଜ କୁମାର ସାହୁ: ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ | ରାୟଗଡ଼ା ଜିଲା ପଦ୍ମପୁର ବିଦ୍ୟୁତ ବିଭାଗ (TPSODL) କନିଷ୍ଟ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ ଭଡ଼ା ଘରେ ଜଣେ ଗ୍ରାହକ ଠାରୁ ଉଠା ଜଳସେଚନ ପ୍ରକଳ୍ପକୁ ଲାଇନ୍ ସଂଯୋଗ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି | ଭିଜିଲାନ୍ସ ଜିତେନ୍ଦ୍ରଙ୍କୁ ଘରୁ ଧରିବା ପରେ ପଦ୍ମପୁର କାର୍ଯ୍ୟାଳୟକୁ ଆଣି ଥିଲେ ପରେ ରାୟଗଡ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିଥିବା ଜଣାପଡ଼ିଛି | ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଚାଲକମ୍ବା ଗ୍ରାମର ବିଦ୍ୟୁତ ଗ୍ରାହକ ଭେଙ୍କଟ ରାଓ ନିଜ ଜମିକୁ ଉଠା ଜଳ ସେଚନ ନିମନ୍ତେ ନୁତନ ବିଦ୍ୟୁତ୍ ସଂଯୋଗି କରଣ ପାଇିଁ ବିଭାଗୀୟ ଯନ୍ତ୍ରୀ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ବିଷୟରେ ଶ୍ରୀ ରାଓ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭିଜିଲାନ୍ସର ନିର୍ଦେଶ କ୍ରମେ ଶ୍ରୀ ରାଓ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ତାଙ୍କରି ବାସଭବନରେ ଉକ୍ତ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଚଢାଉ କରାଉଥିଲା।

Leave A Reply

Your email address will not be published.