(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମାହାଙ୍ଗା ଥାନାରେ ନୂତନ ଭାବେ ଯୋଗଦେଇଥିବା ଆଇଆଇସି ଶ୍ରୀଯୁକ୍ତ ବିଜୟ କୁମାର ମଲ୍ଲିକ ଙ୍କୁ ପଣସପୁର ପଞ୍ଚାୟତର ସରପଞ୍ଚ ଚିନ୍ମୟ ସାମନ୍ତରାୟଙ୍କ ନେତୃତ୍ୱରେ ପଞ୍ଚାୟତବାସୀ ଆଇଆଇସିଙ୍କୁ ଭେଟି ପୁଷ୍ପଗଛ ସହ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଚିନ୍ମୟ ସାମନ୍ତରାୟ, ଦେବପ୍ରସାଦ ମହାନ୍ତି, ଉପେନ୍ଦ୍ର ସାମନ୍ତରାୟ, ଅକ୍ଷୟ ସେନାପତି, ଭାସ୍କର ଦାସ, ରବିବର ନାୟକ, ରବୀନ୍ଦ୍ର ବେହାର, ସୁବ୍ରତ ବେହୁରା, ଉଦ୍ଧବ ବାରିକ, ଅକ୍ଷୟ ଦାସ, ଶତ୍ରୁଘ୍ନ ସାହୁ, ନୟୀମ ବାଗ, ମହମ୍ମଦ ବାଗ, ଦୁର୍ଯ୍ୟଧନ ସେଠୀ, ରଘୁନାଥ ମହାନ୍ତି, ବିକାଶ ରଞ୍ଜନ ମହାନ୍ତି, ପ୍ରହଲ୍ଲାଦ ବରାଳ, ରବିନାରାୟଣ ସାମଲ ଯୋଗ ଦେଇଥିଲେ । ଏ ନେଇ ଆଇଆଇସି ଶ୍ରୀଯୁକ୍ତ ମଲ୍ଲିକଙ୍କୁ ପଚାରିବାରୁ ସେ କହିଥିଲେ ମୋର କର୍ତ୍ତବ୍ୟ ହେଉଛି ଲୋକଙ୍କୁ ସେବା ଓ ସୁରକ୍ଷା ପ୍ରଦାନ କରୁବା ଏବଂ ଆଇନଶୃଙ୍ଖଳାକୁ କଡା କଡ଼ି କରିବା ସହ ସତପ୍ରତିଶତ ନ୍ୟାୟ ପ୍ରଦାନ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ।।
Sign in
Sign in
Recover your password.
A password will be e-mailed to you.