ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା କଦମଝର ବିଟ୍ ହାଉସ୍ ଅନ୍ତର୍ଗତ କୁରାଳ ଗ୍ରାମ ଗୋଲାସାହିରୁ ଓଡ଼ଗାଁ ପୋଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ୩୦କେଜି କଟାମାଂସ ଏବଂ ସାଇକେଲ ଜବତ କରିବା ସହିତ ଜଣଙ୍କୁ ଅଟକ ରଖିବା ସହିତ ବନବିଭାଗକୁ ହସ୍ତାନ୍ତର କରିଥିଲେ । ଅଟକ ଜଣକ ହେଲେ ଏହି ଥାନା ଅନ୍ତର୍ଗତ କୋମଣ୍ଡ ହରିଜନ ସାହିର କାଳୁ ନାୟକ(୫୨) । ରବିବାର ଦିନ ପୂର୍ବାହ୍ନରେ କାଳୁ ନାୟକ ମାଂସ ବିକ୍ରୀ କରୁଥିବା ବେଳେ ସ୍ଥାନୀୟ ଲୋକେ କୁରାଳ ଫାଣ୍ଡିକୁ ଖବର ଦେଇଥିଲେ । ଓଡ଼ଗାଁ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କ ନିର୍ଦ୍ଦେଶ କ୍ରମେ ଏସ୍ ଆଇ ଚକ୍ରଧର ସିଂ, ଏ ଏସ ଆଇ ମନୋଜ ପାତ୍ର ଘଟଣାସ୍ଥଳରେ ପହଞ୍ଚି କାଳୁ ନାଏକ ଠାରୁ କଟାମାଂସ ସହତ ସାଇକେଲ ଜବତ କରି ତାକୁ ଅଟକ ରଖିଥିଲେ । ବନାଞ୍ଚଳ ଅଧିକାରୀ ଆଶିଷ କହଁରଙ୍କ ନିର୍ଦ୍ଦେଶରେ ବନପାଳ ସନ୍ଧ୍ୟାରାଣୀ ନାୟକ ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ୍ ଜବତ କରିଥିବା ମାଂସ ଏବଂ ସାଇକେଲ ସହିତ କାଳୁ ନାୟକକୁ ନିଜ ହେପାଜତକୁ ଆଣିଥିଲେ । ଜବତ ମାଂସକୁ ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିଲା । କୋମଣ୍ଡ ହରିଜନ ସାହିରେ ରହୁଥିବା ଆଦିବାସୀ ସଂପ୍ରଦାୟର ଜଣେ ବ୍ୟକ୍ତି ଦାଶରଥି ଏହି ମାଂସକୁ ବିକ୍ରୀ କରିବା ପାଇଁ ଦେଇଥିଲା ବୋଲି କାଳୁ ବନାଞ୍ଚଳ ଅଧିକାରୀ ଆଶିଷ କହଁର କୁ ସୂଚନା ଦେଇଛି। ତଦନ୍ତ ଚାଲୁ ରହିଥିବା ବେଳେ ସୋମବାର ଦିନ କାଳୁକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.