ହାଇକୋର୍ଟ ବିଚାରପତିଙ୍କ ଶ୍ରୀ ରଘୁନାଥ ଜୀଉ ମନ୍ଦିର ଓ ଅଦାଲତ ପରିଦର୍ଶନ

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ିଶା ଉଚ୍ଚନ୍ୟାୟାଳୟ ବିଚାରପତି ତଥା ନୟାଗଡ଼ ଜିଲ୍ଲା ପୋର୍ଟ ଫୋଲିଓ ଜଜ୍ ଭି. ନରସିଂହ ରବିବାର ଦିନ ନୟାଗଡ଼ ଜିଲ୍ଲା  କୋର୍ଟ କାର୍ଯ୍ୟ ତଦାରଖ କରିବାକୁ ଆସି ଓଡ଼ଗାଁ ସିଭିଲ୍ କୋର୍ଟ କମ୍ପ୍ଳେକ୍ସ ପରିଦର୍ଶନ କରିଥିଲେ । ଏଠାରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ଓ ପାରିପାର୍ଶ୍ୱିକ ସ୍ଥିତି ଦେଖି ଖୁସିବ୍ୟକ୍ତ କରିଥିଲେ।

ଆଜି ଜଷ୍ଟିସ୍ ନରସିଂହ ଓଡ଼ଗାଁ ଆସିବା ବେଳେ ଓଡ଼ିଶାର ଆଧ୍ୟାତ୍ମିକ ପୀଠ ପ୍ରସିଦ୍ଧ ଶରଣକୂଳ ଲଡୁବାବା ଏବଂ ଓଡ଼ଗାଁରେ ଶ୍ରୀ ରଘୁନାଥ ଜୀଉଙ୍କ ସହିତ ନିକଟସ୍ଥ ଦୂତିକେଶ୍ୱର ମହାଦେବଙ୍କୁ ଦର୍ଶନ କରିଥିଲେ । ମନ୍ଦିର ପ୍ରଶାସନ ଏବଂ ପୂଜକମାନେ ଠାକୁର ଦର୍ଶନ କରିବାରେ ସହଯୋଗ କରିଥିଲେ ।

ଜିଲ୍ଲାଜଜ୍ ରୂପଶ୍ରୀ ଚୌଧୁରୀଙ୍କ ସହିତ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଦାଲତରେ କାର୍ଯ୍ୟରତ ନ୍ୟାୟାଧିକାରୀମାନେ ତାଙ୍କ ସାଙ୍ଗରେ ଆସିଥିବା ବେଳେ ଓଡ଼ଗାଁ ବାର ଆସୋସିଏସନ ସଭାପତି ଇନ୍ଦୁଭୁଷଣ ମିଶ୍ର, ସଂପାଦକ ଗୈାରହରି ସ୍ବାଇଁଙ୍କ ସହିତ ଅନ୍ୟ ଓକିଲ ବନ୍ଧୁମାନେ ଉପସ୍ଥିତ ରହି ବିଚାରପତିଙ୍କୁ ସ୍ୱାଗତ କରିଥିଲେ।

Leave A Reply

Your email address will not be published.