ଅଯୋଧ୍ୟାନାଥ ମହାପାତ୍ର ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ଉପସଭାପତି

0

ଭଞ୍ଜନଗର/ନିଲୁ ବିଷୋୟୀ : ଘୁମୁସର ଜିଲ୍ଲା ବିଜେପିର କାଯ୍ୟକାରିଣୀ ବୈଠକ ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ୱରେ ଶୁକ୍ରବାର ପୋଲସରା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଘୁମୁସର ସାଂଗଠନିକ ଜିଲ୍ଲା ପାଇଁ ବିଭିନ୍ନ ପଦପଦବୀ ନିମନ୍ତେ ନେତା ମାନଙ୍କୁ ନିଯୁକ୍ତ କରାଯାଇଛି। ବରିଷ୍ଠ ନେତା ବିନାୟକ ତ୍ରିପାଠୀ ଙ୍କୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସାଧାରଣ ସମ୍ପାଦକ ଭାବେ ନୀଳ ମାଧବ ପାତ୍ର,କାଯ୍ୟକାରିଣୀ ସଦସ୍ୟ ଭାବେ ରବୀନ୍ଦ୍ର କୁମାର ଗୌଡ଼,ସତ୍ୟବାନ ନାୟକ,ମାନସ ଜେନା,ଶିବ ପ୍ରସାଦ ମହାପାତ୍ର,ସତ୍ୟ ଶୋଭନ ରଥ, ଅମୂଲ୍ୟ ପ୍ରଧାନ,ବାସୁଦେବ ନାୟକ,ପ୍ରତିମା କୁମାରୀ ମହାପାତ୍ର ମନୋନୀତ ହୋଇଛନ୍ତି। ଉପସଭାପତି ଭାବେ ବରିଷ୍ଠ ନେତା ସନ୍ତୋଷ ତିଆଡ଼ି ଏବଂ ଅଞ୍ଚଳର ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର ମନୋନୀତ ହୋଇଛନ୍ତି। ଚଳିତ ପଂଚାୟତ ନିର୍ବାଚନରେ ଅଯୋଧ୍ୟା ନାଥ ମହାପାତ୍ର ଙ୍କ ନେତୃତ୍ବରେ ଦଳ ଭଞ୍ଜନଗର ବ୍ଲକରେ ୧୦ ରୁ ଉର୍ଦ୍ଧ୍ବ ପଂଚାୟତ ଦଖଲ କରିଥିବା ବେଳେ ତାଙ୍କ ସାଂଗଠନିକ ଦକ୍ଷତା ଏବଂ ଦଳପ୍ରତି ଆନୁଗତ୍ୟ ଦେଖି ଉପସଭାପତି ମନୋନୀତ କରାଯାଇଛି। ଉପସଭାପତି ଭାବେ ମନୋନୀତ ହେବା ପରେ ଅଯୋଧ୍ୟା ନାଥ ଙ୍କୁ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଓ ବହୁ ଦଳୀୟ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି। ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି ତାହାକୁ ସୁଚାରୁରୂପେ ତୁଲାଇବା ସହ ଆଗାମୀ ଦିନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯିବ ବୋଲି ଅଯୋଧ୍ୟା ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.