ଜୋର୍ ଧରିଲା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ଦାବି

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ପୂର୍ବତନ ସାଂସଦ, ମନ୍ତ୍ରୀ, ଭାରତ ସ୍କାଉଟ ଗାଇଡ଼ ରାଜ୍ୟ ସଭାପତି, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଦଳିତ ନେତା ତଥା ତିର୍ତୋଲ ର ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ପରିଷଦ ପକ୍ଷରୁ ଆଜି ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି l ଏହି ଲୋକପ୍ରିୟ ନେତାଙ୍କ ଦେହାନ୍ତ କୁ ଦୁଇ ବର୍ଷ ବିତିଯାଇଛି l ଦେହାନ୍ତ ପରେ ସ୍ଥାନୀୟ ଶାରଦା ମଣ୍ଡପରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଥିଲା l ସେଠାରେ ସମସ୍ତ ବିଷ୍ଣୁ ପ୍ରେମୀଙ୍କ ସମ୍ମୁଖରେ ଜଗତସିଂହପୁର ସଦର ମହକୁମାରେ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପ୍ରତିଶୃତି ଦିଆଯାଇଥିଲା l ହେଲେ ପ୍ରତିଶୃତି ସେମିତି ଭାଷଣରେ ରହିଯାଇଛି l ଏହା ନିଶ୍ଚିତ ପକ୍ଷେ ଜଗତସିଂହପୁର ଜିଲ୍ଲାର ସମସ୍ତ ଦଳିତମାନଙ୍କ ମନରେ ଗଭୀର ଆଘାତ ପହଞ୍ଚାଇଛି l ତେଣୁ କରି ଜିଲ୍ଲାର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିଲା ବିଷ୍ଣୁ ଦାସ ଙ୍କ ଭଳି ଜଣେ ଜନନେତାଙ୍କୁ ସଂମ୍ମାନ ଜଣାଇବାକୁ ହେଲେ ପ୍ରଥମେ ସହରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ନିହାତି ଆବଶ୍ୟକ ବୋଲି କ୍ଷୋଭବ୍ୟକ୍ତ କରିଛନ୍ତି ପରିଷଦର ସଭାପତି ଶଙ୍କର ଦାସ l

Leave A Reply

Your email address will not be published.